ଗଞ୍ଜାମ : କମେଂଟ୍ ନିଆଁରେ ଜଳିଗଲା ସମ୍ପୂର୍ଣ୍ଣ ବସ୍ତି

25

କନକ ବ୍ୟୁରୋ : କମେଂଟମରାରୁ ତୁମୁଳ କାଣ୍ଡ । ୯ ଖଣ୍ଡ ଗ୍ରାମର ବାସିନ୍ଦା ମେଳି ହୋଇ ଗୋଟିଏ ବସ୍ତି ଭଙ୍ଗାରୁଜା କରି ଜାଳିଦେଇଛନ୍ତି । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା କୁଲାଗଡ ଗ୍ରାମର ମେରାଡ୍ଡି ବସ୍ତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମେରାଡ୍ଡି ବସ୍ତି ଦେଇ ଆଖପାଖ ୯ଖଣ୍ଡ ଗ୍ରାମର ବାସିନ୍ଦା ପ୍ରତ୍ୟେକ ଦିନ ଯିବା ଆସିବା କରନ୍ତି । ତେବେ ସେହି ବସ୍ତିର କିଛି ଯୁବକ ଗତ କିଛି ଦିନ ହେଲା ମହିଳାମାନଙ୍କୁ କମେଂଟ୍ ମାରିବା ସହିତ ବିଭିନ୍ନ ସମୟରେ ହଇରାଣ ହରକତ କରୁଥିବାର ଅଭିଯୋଗ ହୋଇଥିଲା ।

ଏହାପରେ ମହିଳାମାନେ ନିଜ ନିଜର ପରିବାରବର୍ଗଙ୍କୁ ଏବାବଦରେ ଜଣାଇଥିଲେ । ଏହାପରେ ଉତକ୍ଷିପ୍ତ ଗ୍ରାମବାସୀ ରାତାରାତି ମେରାଡ୍ଡି ବସ୍ତିରେ ପଶି ଘର ସବୁ ଜାଳିଦେବା ସହ ଭଙ୍ଗାରୁଜା କରିଥିଲେ । ଖବରପାଇ ଘଟଣାସ୍ଥଳରେ ପୁଲିସ୍ ପହଂଚି ଶାନ୍ତି କମିଟି ଗଠନ କରି ଗାଁରେ ପୁନଶ୍ଚ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ କରୁଛି ।