ଆସନ୍ତାକାଲି ଗଞ୍ଜାମର ସମସ୍ତ ସ୍କୁଲ ଛୁଟି । ଲଗାଣ ବର୍ଷା ପାଇଁ ଛୁଟି ଘୋଷଣା କଲେ ଜିଲ୍ଲାପାଳ, ସ୍କୁଲରେ ଉପସ୍ଥିତ ରହିବେ ଶିକ୍ଷକ ।

1,501

କନକ ବ୍ୟୁରୋ : ଆସନ୍ତାକାଲି ଗଞ୍ଜାମର ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ଛୁଟି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ତେବେ ଆସନ୍ତାକାଲି ଛାତ୍ରଛାତ୍ରୀ ସ୍କୁଲକୁ ଆସିବେ ନାହିଁ । କିନ୍ତୁ ଶିକ୍ଷକ ମାନେ ସ୍କୁଲରେ ଉପସ୍ଥିତ ରହିବେ ।

ଲଗାଣ ବର୍ଷାରେ ଗଞ୍ଜାମରେ ସ୍ଥିତି ସାଂଘାତିକ ରହିଛି । ତେଣୁ ଆବଶ୍ୟକସ୍ଥଳେ ସ୍କୁଲ ଗୁଡିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଗତ କିଛି ଦିନ ଧରି ଗଞ୍ଜାମରେ ଲଗାଣ ବର୍ଷା ହେଉଥିବା ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି ।