ନୂଆ ଢଙ୍ଗରେ ଗଞ୍ଜେଇର ଚୋରାଚାଲାଣ ! କୋରାପୁଟରେ ବ୍ୟାଟେରୀ ଖୋଳରୁ ମିଳିଲା ବସ୍ତା ବସ୍ତା ଗଞ୍ଜେଇ

30

କନକ ବ୍ୟୁରୋ : ଗଞ୍ଜେଇ ଚୋରାଚାଲାଣର ନୂଆ ତରିକା । ବ୍ୟାଟେରୀ ପ୍ୟାକେଟରୁ ବାହାରିଲା ବସ୍ତା ବସ୍ତା ଗଂଜେଇ । ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇପଡିଥିଲା ଗାଡି । ପରେ ପୁଲିସ ଘଟଣାସ୍ଥଳରେ ପହଂଚିବା ପରେ ନିପ୍ପୋ ବ୍ୟାଟେରୀ ପ୍ୟାକେଟରେ ଗଂଜେଇ ଚୋରାଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ । ଏପରି ଘଟଣା ଦେଖିବାକୁ ମିଳିଛି କୋରାପୁଟରେ ।

ganjaଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ଚେନ୍ନାଇରୁ କୋଲକାତା ଯାଉଥିବା ଏକ ଟ୍ରକ କୋରାପୁଟ ଘାଟିରେ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚଥିଲା । କିନ୍ତୁ ପୋଲିସ ପହଞ୍ଚିବା ଆଗରୁ ଡ୍ରାଇଭର ଓ ହେଲପର ସେଠାରୁ ଫେରାର ହୋଇଯାଇଥିଲେ । ପରେ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ବ୍ୟାଟେରୀ ପ୍ୟାକେଟ ପଡିଥିବାର ଦେଖିବାକୁ ପାଇଥିଲା । ତେବେ ଟ୍ରକରୁ ଅଧା ବ୍ୟାଟେରୀ ପ୍ୟାକେଟ ବାହାରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ଟ୍ରକରେ ବ୍ୟାଟେରୀ ପ୍ୟାକେଟ ଯେତିକି ଥିଲା ତାହାଠାରୁ ଗଞ୍ଜେଇ ବସ୍ତା ଅଧିକ ରହିଥିଲା । ପୋଲିସ ଏହି ଗଞ୍ଜେଇ ବସ୍ତାକୁ ଜବତ କରିଛି । ପ୍ରାୟ ୫୦ବସ୍ତାରୁ ଅଧିକ ଗଂଜେଇ ଜବତ କରିଛି ପୁଲିସ । ଏହାର ଅନୁମାନିକ ମୁଲ୍ୟ ୨୦ଲକ୍ଷରୁ ଅଧିକ ହେବ ।