ଚୋର ସାଜିଲେ ପୁଲିସ ! ଭଙ୍ଗା କାଚ ବୋଝେଇ ଟ୍ରକରେ ଗଂଜେଇ ଚୋରା ଚାଲାଣ, ବୋରିଗୁମ୍ମାରେ ୨ ପୁଲିସ ସହ ୪ ଅଟକ

17

କନକ ବ୍ୟୁରୋ : ଚୋର ସାଜିଲେ ପୁଲିସ । ୭ ବସ୍ତା ଗଂଜେଇ ସହ ୪ ଜଣକ ସମେତ ଧରାପଡିଲେ ୨ ପୁଲିସ କର୍ମଚାରୀଙ୍କ  । ଗଂଜେଇ ଚୋରା ଚାଲାଣ ପାଇଁ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି ଏମାନେ । ଭଙ୍ଗା କାଚ ବୋଝେଇ ଟ୍ରକରେ ଗଂଜେଇ ବସ୍ତା ଭର୍ତି କରି ଛତିଶଗଡ ରାୟପୁରକୁ ଚୋରା ଚାଲାଣ କରୁଥିଲେ ଅଭିଯୁକ୍ତମାନେ । ହେଲେ କୋରାପୁଟ ବୋରିଗୁମ୍ମା ପୁଲିସ ହାବୁଡରେ ପଡିଯାଇଛନ୍ତି ।

ଏହାସହ ଗୋଟିଏ ମାରୁତି କାର୍ ଏବଂ ଅଟୋକୁ ଜବତ କରିଛି ବୋରିଗୁମ୍ମା ପୁଲିସ । ଦେଖନ୍ତୁ ଏହି ଓଆର ୦୫ ଡବ୍ଲୁ ୦୮୫୫ ଟ୍ରକକୁ । ଟ୍ରକ ଭିତରେ ଲୋଡ ହୋଇଛି ଭଙ୍ଗା କାଚ ବୋତଲ । ଏହାରୁ ଭିତରେ ପଡିଛି ଗଂଜେଇ ବସ୍ତା । ସବୁଠାରୁ ଗୁରୁତ୍ୱପୂଣ୍ଣ କଥା ହେଉଛି, ଗଂଜେଇ ବୋଝେଇ ଗାଡିକୁ ଏସକର୍ଟ ଦେଉଥିଲେ ୨ ପୁଲିସ କର୍ମୀ । ଓଏସଏପିର ଜଣେ ପୁଲିସ କର୍ମୀ ଓ ଓଡିଶା ପୁଲିସ ଜଣେ କର୍ମଚାରୀ ଗଂଜେଇ ବୋଝେଇ ଗାଡିକୁ ବାଟକଢେଇ ନେଉଥିଲେ ।