ରାଜ୍ୟରେ ଗଞ୍ଜେଇ ଚାଷକୁ ମନା : ଅବକାରୀ ସଚିବ କହିଲେ ଗଂଜେଇ ଚାଷ ଅନୁମତି ପ୍ରସ୍ତାବକୁ ଖାରଜ କଲା ଆଇନ ବିଭାଗ 

536

କନକ ବ୍ୟୁରୋ : ରାଜ୍ୟରେ ଗଞ୍ଜେଇ ଚାଷକୁ ମିଳିବନି ଅନୁମତି । ଏହା ଆଜି ସ୍ପଷ୍ଟ କରିଛନ୍ତି ଅବକାରୀ  ବିଭାଗ ସଚିବ ସୁଶୀଲ କୁମାର ଲୋହାନୀ । ଗଂଜେଇ ଚାଷ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି ରାଜ୍ୟ ଆଇନ୍ ବିଭାଗ । ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ଏକ ବୈଠକ ଏଭଳି ନିଷ୍ପତ୍ତି ନିଆଯାଇଛି।

ଗଞ୍ଜେଇରେ ବହୁ ଔଷଧିୟ ଗୁଣଥିବା ଦର୍ଶାଇ କିଛି ଅନେକ ଶିଳ୍ପ ସଂସ୍ଥା ଗଞ୍ଜେଇ ଚାଷକୁ ପାଇଁ ଅନୁମତି ଦେବାକୁ ପ୍ରସ୍ତାବ ଦେଇଥିଲେ । ନିଜ ଜମିରେ ଗଞ୍ଜେଇ ଚାଷ କରିବା ପାଇ ଚାଷୀଙ୍କୁ ଅନୁମତି ପ୍ରଦାନ କରାଯାଉ ବୋଲି କୁହାଯାଇଥିଲା । ହେଲେ ଏହି ପ୍ରସ୍ତାବକୁ ଆଇନ୍ ବିଭାଗ ଖାରଜ କରିଦେଇଥିବା କହିଛନ୍ତି ଅବକାରୀ ବିଭାଗ ସଚିବ ସୁଶୀଲ ଲୋହାନୀ ।