ଗଞ୍ଜେଇ ଚୋରାଚାଲାଣର ଅଭିନବ ପ୍ରୟାସ । ପିଆଜ ବୋଝେଇ ଟ୍ରକରୁ ମିଳିଲା ୮ କୁଇଟାଂଲ ଗଂଜେଇ

ଗଞ୍ଜେଇ ଚୋରାଚାଲାଣର ଅଭିନବ ପ୍ରୟାସ

159

କନକ ବ୍ୟୁରୋ : ମାଲକାନଗିରି ପିଆଜ ବୋଝେଇ ଟ୍ରକରୁ ବିପୁଳ ପରିମାଣର ଗଂଜେଇ ଜବତ । ଟ୍ରକରୁ ୮ କୁଇଟାଂଲ ଗଂଜେଇ ଜବତ  କରାଯାଇଛି । ଏହାସହ  ୨ ଜଣଙ୍କୁ ଅଟକ ରଖି ପଚରାଉଚରା ମଧ୍ୟ କରାଯାଉଛି । ଚିତ୍ରକୋଣ୍ଡାରୁ ରାୟପୁରକୁ ଗଂଜେଇ ଚାଲାଣ ହେଉଥିବା ଜଣାପଡିଛି । ମାଲକାନଗିରିର ଖଇରପୁଟଠାରେ ପୁଲିସ ଏହି କ୍ୱିଂଟାଲ କ୍ୱିଂଟାଲ  ଗଂଜେଇ ଜବତ କରିଛି ।ପୂର୍ବରୁ ମଧ୍ୟ ମାଲକାନଗିରିରେ  ଆମ୍ବୁଲାନ୍ସ, ଲୁଣ ବୋଝେଇ ଟ୍ରକ ଓ ନଡିଆ ବୋଝେଇ ଟ୍ରକରେ ଗଂଜେଇ ଚାଲାଣ ହେଉଥିବା ବେଳେ ପୁଲିସ ଜବତ କରିଥିଲା ।

ତେବେ ବାରମ୍ବାର ଏପରି ଭାବରେ ଗଂଜେଇ ଚୋରାଚାଲାଣ ଓଡିଶାରୁ ପଡୋଶୀ ରାଜ୍ୟକୁ ହେଉଛି । ମିଳିଥିବା ସୂଚନା ଅନୁସାରେ ପ୍ରତ୍ୟେକ ସମୟରେ ଏପରି ଅଭିନବ ପ୍ରୟାସରେ ମାଲକାନଗିରିରୁ ଗଂଜେଇ ଚାଲାଣ ହେଉଛି । ଏପରିକି ଚୋରା ବେପାରୀମାନେ ତେଲ ଟ୍ୟାଙ୍କରରେ ମଧ୍ୟ ଗଂଜେଇ ଚୋରା ଚାଲାଣ କରୁଥିବା ଜଣାପଡିଛି । ତେବେ ଏହି ଚୋରାଚାଲାଣ ସମ୍ପର୍କରେ ମୁଦୁଲିପଡା ପୋଲିସ କୌଣସି ପ୍ରକାରରେ ସୂଚନା ପାଇବା ପରେ ଏହାର ପର୍ଦ୍ଦାଫାଶ ହୋଇଥିବା ଜଣାପଡିଛି । କେବଳ ପଡୋଶୀ ରାଜ୍ୟ ନୁହେଁ ବରଂ ସାରା ଦେଶକୁ ଏହି ର‌୍ୟାକେଟ ଲମ୍ବିଥିବା ସୂଚନା ମିଳିଛି ।