ହସ୍ପିଟାଲ କାମରେ ଗ୍ୟାଙ୍ଗଷ୍ଟର ! ଖୋଲୁଛି ଗ୍ୟାଙ୍ଗଷ୍ଟର ଟିଟୋର କଳାକାରନାମା ଚିଠା, ନିର୍ମାଣଧୀନ ହସ୍ପିଟାଲରେ ଟିଟୋର ସମ୍ପୃକ୍ତି ।

19

ଗ୍ୟାଙ୍ଗଷ୍ଟର ଟିଟୋର ଦିତ୍ୱୀୟ ପର୍ଯ୍ୟାୟ ରିମାଣ୍ଡକୁ ଆଉ ଗୋଟିଏ ଦିନ ବାକିଥିବା ବେଳେ କ୍ରାଇବ୍ରାଞ୍ଚ ହାତରେ ଲାଗିଛି ଆଉ ଏକ ସୁରାକ । ୧୧୦ କୋଟି ଟଙ୍କାର ଶିଶୁ ଓ ମାତୃ ସେବା ହସ୍ପିଟାଲ ନିର୍ମାଣରେ ଅଛି ଟିଟୋର ସମ୍ପୃକ୍ତି । କେନ୍ଦ୍ରପଡାର ସାମଗୁଡିଆ ଠାରେ ନିର୍ମାଣ ଚାଲିଥିବା ବେଳେ ୨୦୧୯ ଶେଷ ସୁଦ୍ଧା ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ପୋଲିସକୁ ସୁଚନା ମିଳିଛି ।

କେନ୍ଦ୍ର ସରକାରଙ୍କ ଇପିଆଇଏଲ ନାମକ ସଂସ୍ଥା ଠାରୁ ଏହି ହସ୍ପିଟାଲର ଟେଣ୍ଡରକୁ ହାତେଇଛି ଗ୍ୟାଙ୍ଗଷ୍ଟର ଟିଟୋ ବୋଲି ରିମାଣ୍ଡ ବେଳେ ଜଣାପଡିଛି । ଏହି ହସ୍ପିଟାଲର ସବଲେଟରେ ମନୋରମା କନ୍ସଟ୍ରକସନ ପ୍ରାଚେରୀ ନିର୍ମାଣ, ସରୋଜ କନ୍ସଟ୍ରକସନ କମ୍ପାନୀ ଓ ଓଏଟିଏସ ନାମକ ସଂସ୍ଥା କାର୍ଯ୍ୟକରୁଥିବା ବେଳେ କାହା ନାଁରେ ଟିଟୋ ଟେଣ୍ଡର କାମ କରୁଛି ତାହାକୁ ନେଇ ଖୋଳତାଡ କରୁଛି ପୋଲିସ । ଏହାସହ ଟିଟୋର ଅପରାଧିକ, ବେଆଇନ ଅର୍ଥ କାରବାର ନେଇ ଗୁମର ଖୋଲୁଥିବାବେଳେ ରାଜ୍ୟ ଓ ରାଜ୍ୟ ବାହାରେଥିବା ଟିଟୋର ବିଭିନ୍ନ ବ୍ୟବସାୟ ଉପରେ ମଧ୍ୟ ଖୋଳତାଡ କରାଉଛି ।

କ୍ରାଇମବ୍ରାଞ୍ଚର ତଥ୍ୟ ଆଧାରରେ ବିଭିନ୍ନ ତହସିଲକୁ ଟିଟୋର ବାଲି ଓ ମୋହରମ ଖାଦାନ ବିଷୟରେ ତଥ୍ୟ ମଗାଇଛି । ଅନ୍ୟପଟେ କେତେକ ପ୍ରୋଜେକ୍ଟ ପାଇଁ ନିଜ ଭିଣୋଇ ନାମରେ ଟେଣ୍ଡର ହାତେଇବା ପାଇଁ ପ୍ରୟାସ କରୁଥିବା ମଧ୍ୟ ଜଣାପଡିଛି । ୨୦୦୮ ମସିହାରୁ କେନ୍ଦ୍ରାପଡରେ ଥିବା ୨୫ଟି ବାଲି ଖାଦାନ ଟିଟୋ ତାର ସହଯୋଗୀଙ୍କ ନାମରେ ଟେଣ୍ଡର ହାତେଇବାଥିବାବେଳେ, ଯେଉଁଠାରେ କିଛି ଆପତ୍ତି ଉଠେ ସେଠାରେ କେତେଜଣଙ୍କୁ ସନ୍ତୁଷ୍ଟି କରିବା ପାଇଁ ଟେଣ୍ଡର ଦେଇଛି ଟିଟୋ ବୋଲି କ୍ରାଇବ୍ରାଞ୍ଚର ଏସଟିଏଫକୁ ଖବର ମିଳିଛି ।