୭ ବର୍ଷ ପରେ ସାମ୍ବାଦିକ ଜେ.ଡି ମର୍ଡର କେସର ଆସିଲା ରାୟ । ଅଣ୍ଡର ୱାର୍ଲ୍ଡ ଡନ ଛୋଟା ରାଜନ ସମେତ ୯ ଜଣକୁୁ ଦୋଷୀ ସାବ୍ୟସ୍ତ କଲେ ମୁମ୍ବାଇ ମକୋକା କୋର୍ଟ

42

କନକ ବ୍ୟୁରୋ:

ସାତବର୍ଷ ପରେ ସାମ୍ବାଦିକ ଜେଡି ହତ୍ୟାକାଣ୍ଡରେ ମୁମ୍ବାଇ ମକୋକା କୋର୍ଟ ଆଜି ରାୟ ଶୁଣାଇ ଅଣ୍ଡରୱାର୍ଲଡ ଡନ ଛୋଟା ରାଜନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅନ୍ୟତମ ଅଭିଯୁକ୍ତ ଜିଗନା ବୋରାଙ୍କ ସମେତ ୨ ଜଣଙ୍କୁ ଦୋଷମୁକ୍ତ ହୋଇଥିବା ବେଳେ ଅନ୍ୟ ୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଦୋଷୀଙ୍କ ବିରୋଧରେ ଦଣ୍ଡ େଘୋଷଣା ଅପରାହ୍ନ ସାଢେ ୪ଟାରେ ହେବ । ମକୋକା କୋର୍ଟ କହିଛନ୍ତି, ଛୋଟା ରାଜନଙ୍କ ଇସାରାରେ ହିଁ ହତ୍ୟାକାଣ୍ଡ ହୋଇଥିଲା । ପ୍ରଥମେ ମୁମ୍ବାଇ ପୋଲିସ ହତ୍ୟାକାଣ୍ଡର ତଦନ୍ତ କରୁଥିବା ବେଳେ ପରେ ଏହା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।

ଚର୍ଚ୍ଚିତ ହତ୍ୟାକାଣ୍ଡକୁ ନେଇ ପରେ ଦେଶବ୍ୟାପୀ ସାମ୍ବାଦିକଙ୍କ ଆନ୍ଦୋଳନ ଜୋର ଧରିଥିଲା । ୨୦୧୫ରେ ଇଣ୍ଡୋନେସିଆ ବାଲିରୁ ଛୋଟା ରାଜନକୁ ଗିରଫ କରାଯାଇଥିଲା । ଗିରଫ ପରେ ଦିଲ୍ଲୀ ତିହାଡ଼ ଜେଲରେ ରହିଛି ଛୋଟା ରାଜନ । ଭିଡ଼ିଓ କନଫରେନ୍ସିଂ ଜରିଆରେ କୋର୍ଟରେ ଛୋଟା ରାଜନ ହାଜର ହେଉଥିଲେ । ୨୦୧୧ ଜୁନ ୧୧ ତାରିଖରେ ମୁମ୍ବାଇର ଜନଗହଳିପୂର୍ଣ୍ଣ ଅଂଚଳରେ ଇଂରାଜୀ ସମ୍ବାଦ ପତ୍ରର ବରିଷ୍ଠ ସାମ୍ବାଦିକ ଜ୍ୟୋତି ଡେଙ୍କୁ ଗୁଳିକରି ହତ୍ୟା କରିଥିଲା ଛୋଟା ରାଜନ । କୌଣସି ମାମଲାରେ ଛୋଟା ରାଜନ ଦୋଷୀ ସାବ୍ୟସ୍ତ ହେବା ପ୍ରଥମ ଘଟଣା । ୨୦୧୬ରେ ମାମଲାରେ ଚାର୍ଜସିଟ ଦାଖଲ ହୋଇଥିଲା ।