ଗ୍ୟାଙ୍ଗଷ୍ଟର ଟିଟୋ ପେଟ୍ରୋଲପମ୍ପ ଲିଙ୍କର ଖୋଳତାଡ ! କ୍ରାଇମବ୍ରାଂଚ ଏସଟିଏଫରେ ହାଜର ହେଲେ ପାରାଦୀପ ୫ ଆଇଓସିଏଲର କର୍ମଚାରୀ ।

36

କନକ ବ୍ୟୁରୋ : ଏସଟିଏଫରେ ଆଇଓସିଏଲ ଅଧିକାରୀ । ଗ୍ୟାଙ୍ଗଷ୍ଟର ଟିଟୋ ପେଟ୍ରୋଲପମ୍ପର କ୍ରାଇମ୍ କନେକସନ୍ ନେଇ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଂଚ ଏସଟିଏଫ । ଟିଟୋକୁ ପେଟ୍ରୋଲପମ୍ପ ଆବଂଟନ ମାମଲାରେ ତନାଘନା ଜାରି ରହିଥିବା ବେଳେ ଆଜି ଏସଟିଏଫରେ ହାଜର ହୋଇଛନ୍ତି ପାରାଦୀପ ଆଇଓସିଏଲର ୫ ଜଣ ଅଧିକାରୀ । ତଦନ୍ତକାରୀ ସଂସ୍ଥା ମାଗିଥିବା ସମସ୍ତ କାଗଜ ପତ୍ର ସହ ଅଧିକାରୀମାନେ ହାଜର ହୋଇଛନ୍ତି ।

 

titto

ଗ୍ୟାଙ୍ଗଷ୍ଟରକୁ କିଭଳି ପେଟ୍ରୋଲପମ୍ପ ଦିଆଗଲା ତାର ଖୋଳତାଡ ଜାରି ରହିଛି । ସେପଟେ ଏସଟିଏଫରେ ହାଜର ହୋଇଥିବା ଅଧିକାରୀ କିଛି ଭିନ୍ନ କଥା କହୁଛନ୍ତି । ସେମାନଙ୍କ କହିବା ଅନୁସାରେ, ଆଇଓସିଏଲର ପାଇପ୍ ବିଛା କାମରେ କିଛି ଅସାମାଜିକ ବ୍ୟକ୍ତି ବାଧା ସୃଷ୍ଟି କରୁଥିବାରୁ ସେମାନେ ଏସଟିଏଫଙ୍କୁ ଜଣାଇବା ପାଇଁ ଆସିଛନ୍ତି । ହେଲେ ଯଦି ଅସୁବିଧା ହେଉଛି, ତେବେ ଅଧିକାରୀ ପୁଲିସକୁ ନଜଣାଇ, କାହିଁକି ଏସଟିଏଫଙ୍କୁ ଜଣାଇବାକୁ ଆସିଲେ ତାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ ।