ଜେଲରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ । ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ମିଳିଥିଲା ବେଲ୍ । ୨୦୦୮ରୁ ବିଭିନ୍ନ ମାମଲାରେ ଜେଲରେ ଥିଲେ ରାଜା

40

କନକ ବ୍ୟୁରୋ: ଜେଲରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ । ଝାରପଡା ଜେଲରୁ ମୁକୁଳିଛନ୍ତି ରାଜା । ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ହାଇକୋର୍ଟ ରାଜାଙ୍କୁ ସର୍ତମୂଳକ ଜାମିନ ଦେଇଥିଲେ । ୨୦୦୮ରୁ ବିଭିନ୍ନ ମାମଲାରେ ଜେଲରେ ଥିଲେ ରାଜା । ସେପଟେ ରାଜାଂକୁ ଜାମିନ୍ ବିରୋଧରେ କୋର୍ଟରେ ଆବେଦନ କରିବ ବୋଲି କହିଥିଲା କମିଶନରେଟ୍ ପୁଲିସ୍ । ରାଜାଙ୍କ ଜାମିନ୍ ନିର୍ଦ୍ଦେଶ କପି ମିଳିବା ପରେ ପୁଲିସ୍ ପରବର୍ତୀ କାର୍ଯ୍ୟପଂଥା ସ୍ଥିର କରିବ ବୋଲି କହିଥିଲା । । ୧୦ ବର୍ଷ ପରେ ଜେଲରୁ ମୁକୁଳିଛନ୍ତି ଗ୍ୟାଙ୍ଗଷ୍ଟର ।

ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ଓ ହତ୍ୟା ଧମକ ମାମଲାରେ ହାଇକୋର୍ଟ ରାଜାକୁ ଜାମିନ୍ ପ୍ରଦାନ କରିଥିଲେ । ବହୁ ଚର୍ଚ୍ଚିତ ଜୁଡୋ କୋଚ୍ ବିରଂଚି ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ରାଜା ଆଚାର୍ଯ୍ୟ ଜେଲରୁ ମୁକୁଳିଲେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ସୁରକ୍ଷା ଦାବି କରିଛନ୍ତି ମୃତ ଜୁଡୋ କୋଚ୍ ବିରଚିଂଙ୍କ ପତ୍ନୀ ଗୀତାଜଂଳୀ । ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଜୁଡୋ କୋଚ୍ ବିରଂଚି ଦାସ ହତ୍ୟା ମାମଲାର ଅଭିଯୁକ୍ତ ରାଜା ଆଚାର୍ଯ୍ୟ ଜେଲ ଚାରିକାନ୍ଥରୁ ମୁକୁଳିବା ନେଇ ବାଟ ଫିଟିଥିଲା । ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ଓ ହତ୍ୟା ଧମକ ମାମଲାରେ ହାଇକୋର୍ଟ ରାଜାକୁ ଜାମିନ ପ୍ରଦାନ କରିଥିଲେ । ଝାରପଡା ଜେଲରୁ ମୁକଳୁଛନ୍ତି ରାଜା । ।

୨୦୧୦ ମସିହା, ଭୁବନେଶ୍ୱର । ଅଭିଯୋଗ ଅନୁସାରେ ଦାଦାବଟି ପାଇଁ ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ଓ ପରେ ହତ୍ୟା ଧମକ ଦେଇଥିଲା ରାଜା ଆଚାର୍ଯ୍ୟ । ୨୦୧୭ରେ ହାଇକୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ ମାମଲା ପହଁଚଥିଲା ସୁପ୍ରିମକୋର୍ଟରେ । ମାମଲାର ପୁନର୍ବିଚାର କରିବାକୁ ହାଇକୋର୍ଟଙ୍କୁ କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଏବେ କୋର୍ଟ ରାଜା ଆଚାର୍ଯ୍ୟକୁ ଜାମିନ ଦେଇଛନ୍ତି ।

ମେ ୨୮, ୨୦୦୮ । ଗୋଆରୁ ରାଜାକୁ ଗିରଫ କରିଥିଲା ପୋଲିସ । ମାମଲା ଥିଲା ହାଇପ୍ରୋଫାଇଲ୍ ମର୍ଡର । ଜୁଡୋ କୋଚ୍ ବିରଂଚି ଦାସ ହତ୍ୟା ମାମଲାର ଅଭିଯୁକ୍ତ ଥିଲା ରାଜା ଆଚାର୍ଯ୍ୟ । ତେବେ ସେହି ମାମଲାରେ କୋର୍ଟ ତାଙ୍କୁ ଜାମିନ ଦେଇସାରିଛନ୍ତି । ଏବେ ଜେଲରୁ ମୁକୁଳିବାକୁ ଯାଉଛି ଏହି ଗ୍ୟାଙ୍ଗଷ୍ଟାର । ରାଜାଙ୍କ ମୁକୁଳିବା ଖବରରେ ନିଜକୁ ଅସୁରକ୍ଷିତ ମନେ କରିଛନ୍ତି ମୃତ ବିରଂଚିଙ୍କ ପତ୍ନୀ ଗୀତାଂଜଳି ।ହତ୍ୟା, ଅପହରଣ, ଦାଦାବଟି ଓ ଟେଣ୍ଡର ଫିକ୍ସିଂ ଭଳି ପ୍ରାୟ ୮ଟି ମାମଲା ରହିଥିଲା ରାଜା ନାଁରେ । ହେଲେ ସବୁ ମାମଲାରେ ତାକୁ ଜାମିନ ମିଳିସାରିଛି । ଏବେ ୧୦ ବର୍ଷ ପରେ ଜେଲରୁ ମୁକୁଳିଛି ଏହି ଗ୍ୟାଙ୍ଗଷ୍ଟର ।