ଶେଷ ହେଲା ‘ଗଙ୍ଗନମ୍ ଷ୍ଟାଇଲ’ର ଯୁଗ ! ଜାଣନ୍ତୁ ୟୁଟ୍ୟୁବରେ ଦକ୍ଷିଣ କୋରିଆର ଭିଡିଓକୁ କିଏ ପକାଇଲା ପଛରେ

36

ଶେଷ ହେଲା ‘ଗଙ୍ଗନମ୍ ଷ୍ଟାଇଲ’ର ଯୁଗ । ୟୁଟ୍ୟୁବରେ ଧୁମ୍ ମଚାଇଥିବା ଦକ୍ଷିଣ କୋରିଆର ଏହି ଭିଡିଓକୁ ପଛରେ ପକାଇଲା ‘ସି ୟୁ ଏଗେନ୍’ । ଦୀର୍ଘ ୫ବର୍ଷ ଧରି ୟୁଟ୍ୟୁବରେ ରାଜ୍ କରୁଥିବା ଦକ୍ଷିଣ କୋରିଆର ଏହି ‘ଗଙ୍ଗନମ୍ ଷ୍ଟାଇଲ୍’ର ପ୍ରାୟ ୨.୮୯୫ ବିଲିୟନ୍ ଦର୍ଶକ ଥିଲେ । ଭିଡିଓରେ ଉଭୟ ଗୀତ ଏବଂ ଅଭିନୟ କରିଥିଲେ ପିଏସୱାଇ । ଆଉ ପିଏସୱାଇ ସିଗ୍ନେଚର୍ ଡ୍ୟାନ୍ସ ମୁଭ୍ ପୁରା ବିଶ୍ୱରେ ଖୁବ୍ ପପୁଲାର୍ ହୋଇଯାଇଥିଲା ।
କିନ୍ତୁ ଏବେ ଏହାକୁ ପଛରେ ପକାଇଥିବା ‘ସି ୟୁ ଏଗେନ୍’ର ଦର୍ଶକଙ୍କ ସଂଖ୍ୟା ମାତ୍ର ଦୁଇ ବର୍ଷରେ ୨.୯୦୯ ବିଲିୟନରେ ପହଂଚିସାରିଛି । ଗୀତଟିକୁ ବୋଲିଛନ୍ତି ୱିଜ୍ ଖଲିଫା ଏବଂ ଚାର୍ଲି ପଥ୍ । ଗୀତଟି ହଲିଉଡର ତାରକା ପଲ୍ ୱାଲକାରଙ୍କୁ ସମର୍ପିତ କରାଯାଇଛି । ପଲ୍, ସିନେମା ଫାଷ୍ଟ୍ ଆଣ୍ଡ୍ ଫ୍ୟୁରିୟସରେ ସୁଟିଂ ବେଳେ ମୃତ୍ୟୁ ବରଣ କରିଥିଲେ ।

ଦେଖନ୍ତୁ ଦୁଇ ଭିଡିଓ :