ହନିପ୍ରୀତଙ୍କୁ ଧରିବା ଉଦ୍ୟମ ହେଲା ବିଫଳ ! ରାମରହିମଙ୍କ ଗାଁରୁ ଖାଲି ହାତରେ ଫେରିଲା ପୁଲିସ

18

କନକ ବ୍ୟୁରୋ : ସାଧ୍ୱୀ ଦୁଷ୍କର୍ମ ମାମଲାରେ ଜେଲ୍‌ରେ ଦଣ୍ଡ ଭୋଗୁଥିବା ରାମ ରହିମଙ୍କ ପାଳିତା କନ୍ୟା ହନିପ୍ରୀତଙ୍କୁ ଧରିବା ପାଇଁ ପୁଲିସର ଉଦ୍ୟମ ବିଫଳ ହୋଇଛି । ହନିପ୍ରୀତ ରାମ ରହିମଙ୍କ ଗାଁ ଗୁରୁସର୍‌ରେ ଲୁଚିଥିବା ଖବର ପାଇଁ ପୁଲିସ ଚଢ଼ଉ କରିଥିଲା । ତେବେ ହନିପ୍ରୀତଙ୍କ କୌଣସି ପତ୍ତା ମିଳିନାହିଁ ଏବେ ସେ Honeypreetନେପାଳରେ ଯାଇ ଆତ୍ମଗୋପନ କରିଥିବା କୁହାଯାଉଛି । ଗାଁରେ ତଲାସି ପରେ ହନିପ୍ରୀତ ସେଠାକୁ ଆସିନଥିବା ଜଣାପଡ଼ିଥିଲା । ରାମରହିମ ଦୋଷୀ ସାବ୍ୟସ୍ତ ହେବାପରେ ଘଟିିଥିବା ହିଂସା ପଛରେ ହନିପ୍ରୀତ ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କୁହାଯାଉଛି ।

ଏପରିକି ସେ ବାବା ରାମରହିମଙ୍କୁ ଫେରାର କରିବା ପାଇଁ ମଧ୍ୟ ଯୋଜନା କରିଥିଲେ ବୋଲି ଜଣାପଡ଼ିଛି । ନିକଟରେ ନେପାଳର ବିରାଟନଗର ଅଂଚଳରେ ହନିପ୍ରୀତଙ୍କୁ ଦେଖିବାକୁ ମିଳିଥିଲା ବୋଲି ଖବର ପ୍ରଚାରିତ ହୋଇଥିଲା । ପୁଲିସ ସଂପୃକ୍ତ ଅଂଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି । ତେବେ ହନିପ୍ରୀତଙ୍କ ବିରୋଧରେ ପୁଲିସର ଏଭଳି ପଦକ୍ଷେପକୁ ଡେରା ପ୍ରବକ୍ତା ନିନ୍ଦା କରିଛନ୍ତି । ବାପ-ଝିଅର ସଂପର୍କକୁ ବଦନାମ କରିବା ପାଇଁ ପୁଲିସ ଓ ଗଣମାଧ୍ୟମ ଚାଲ୍‌ ଖେଳୁଛନ୍ତି ବୋଲି ପ୍ରବକ୍ତା ସଂଦୀପ ମିଶ୍ରା କହିଛନ୍ତି ।