ପରୀ ରଥ ବୁଲିବା ସତ୍ୱେ କମୁନି ନାବାଳିକା ଦୁଷ୍କର୍ମ: କଟକ ବାଙ୍କିରେ ଗତ ୧୦ ଦିନର ସାମ୍ନାକୁ ଆସିଛି ତିନି ତିନୋଟି ବଳାତ୍କାର ଭଳି ଲଜ୍ଜାଜନକ ଘଟଣା

60

କନକ ବ୍ୟୁରୋ: ରାଜ୍ୟ ପୁଲିସକୁ ଚିନ୍ତାରେ ପକାଇଛି ଦୁଷ୍କର୍ମ ଭଳି ଲଜ୍ଜାଜନକ ତଥା ସମ୍ବେଦନଶୀଳ ଘଟଣା । ରାଜ୍ୟରେ ନାବାଳିକା ଦୁଷ୍କର୍ମ ଭଳି ଘଟଣା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ରାଜ୍ୟ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହି କାଣ୍ଡକୁ ରୋକିବା ସହ ସଚେତନତା ସୃଷ୍ଟି କରିବା ପାଇଁ ଗାଁ ଗହଳିରେ ବୁଲୁଛି ପରୀ ରଥ । ଏହି ରଥ ବୁଲୁଥିଲେ ବି ଦୁଷ୍କର୍ମ କମିବାର ନାଁ ନେଉନି ।

କଟକ ଜିଲ୍ଲା ବାଙ୍କି ଅଂଚଳରେ ଏହି ସଚେତନତା କାର୍ଯ୍ୟକ୍ରମରେ ଟିକିଏ ବି ଫରକ ପଡ଼ିନି । କାରଣ ଏହି ଥାନା ଅଂଚଳରେ ଗତ ୧୦ ଦିନ ଭିତରେ ତିନି ତିନିଟି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିବା ବେଳେ ଏହି ସଚେତନତା କାର୍ଯ୍ୟକ୍ରମକୁ ନେଇ ଉଠିଛି ପ୍ରଶ୍ନ ।

ପୁଣି ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । କନ୍ଧମାଳ ହାଟ ସାରି ଅଟୋରେ ଫେରିବା ବେଳେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଟୋ ଡ୍ରାଇଭର ଓ ଅନ୍ୟ ଜଣେ ନାବାଳିକାକୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତାର ବାପା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମିଳିବା ପରେ ଅଭିଯୁକ୍ତ ଡ୍ରାଇଭର ଓ ଅନ୍ୟ ଜଣଙ୍କୁ ଗିରଫ କରିଛି ପୋଲିସ୍ ।