ପୁଣି ନାବାଳିକାଙ୍କୁ ଗଣଦୁଷ୍କର୍ମ : ୧୨ ବର୍ଷର ନାବାଳିକା ସାଙ୍ଗରେ ସାତମାସ ଧରି ୨୨ ଜଣ ବ୍ୟକ୍ତି କରୁଥିଲେ ଦୁଷ୍କର୍ମ

41

କନକ ବ୍ୟୁରୋ : ଦେଶରେ ପ୍ରତ୍ୟେକ ସମୟରେ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି । ତେବେ ଚେନ୍ନାଇର ଏକ ଘଟଣା ନୃଶଂସତାର ସୀମା ଟପିଛି । ତେବେ ଘଟଣା ଜଣାପଡିବା ପରେ ସେଠାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଚିଛି ଏହି ବିଷୟ । ୧୨ ବର୍ଷ ଝିଅ ସାଙ୍ଗରେ ଯେଉଁ ଲୋମହର୍ଷଣ କାରୀ ଘଟଣା ଘଟିଛି ତାହା ଶୁଣିଲେ ସମସ୍ତଙ୍କ ଲୋମ ଟାଙ୍କୁରି ଉଠିବ । ୨୨ ଜଣ ଯୁବକ ଗତ ସାତବର୍ଷ ଧରି ୧୨ ବର୍ଷୀୟ ନାବାଳିକା ସହ ଗଣଦୁଷ୍କର୍ମ କରିଥିବା ଜଣାପଡିଛି । ଏହି ଘଟଣାରେ ଆପାଟମେଣ୍ଟରେ କାମ କରୁଥିବା ସିକ୍ୟୁରିଟି, ଲିଫ୍ଟ ଅପେରେଟର,ଲେବର ଓ ପାଣି ଉଠାଉଥିବା ଲୋକ ସାମିଲ ଥିବା ଜଣାପଡିଛି । ତେବେ ଏହି ଘଟଣା ସମ୍ପର୍କରେ ସେଠାକାର ସ୍ଥାନୀୟ ଲୋକ କେହିବି ଅବଗତ ନଥିବା ବିଷୟ ସମସ୍ତଙ୍କୁ ଚକିତ କରିଛି । ନାବାଳିକାକୁ ନିଶା ଦେଇ ତାହାସହ ଏପରି ଘୃଣ୍ୟ କାମ କରୁଥିବା ଜଣାପଡିଛି । ତେବେ ନାବାଳିକା ତାଙ୍କ ମା’ ଏବଂ ଭଉଣୀକୁ ଘଟଣା ସମ୍ପର୍କରେ ସବୁ କଥା କହିବା ପରେ ଏ ସମସ୍ତ କଥା ପଦାକୁ ଆସିଛି । ପରେ ତାଙ୍କ ମା ଏନେଇ ଥାନାରେ ଏତଲା ଦେଇଛନ୍ତି । ଏତଲା ଦେବାପରେ ପୋଲିସ ଆପାଟମେଣ୍ଟରେ କାମକରୁଥିବା ୧୮ ଲୋକଙ୍କୁ ନିଜ ହେପାଜତକୁ ନେଇଥିବା ଜଣାପଡିଛି ।

ପୋଲିସ ପ୍ରାଥମିକ ତଦନ୍ତ କଲା ସମୟରେ ନାବାଳିକା ଜଣକ କହିଛି ଯେ, ମତେ ସେମାନେ କିଛିଖାଦ୍ୟ ଦେଲାପରେ ଦୁଷ୍କର୍ମ କରୁଥିଲେ । କେବଳ ଏତିକି ନୁହେଁ କେବେ କେବେ ନିଶା ପାଉଡର ଶୁଙ୍ଘାଇ ଅଚେତ କଲାପରେ ଦୁଷ୍କର୍ମ କରୁଥିଲେ ଏବଂ ଏହି ସମୟରେ ସମସ୍ତ ଘଟଣାର ଭିଡିଓ ମଧ୍ୟ କରିଥିବା ନାବାଳିକା ଜଣକ କହିଛନ୍ତି । ଏହାକୁ ବିରୋଧ କରିବାରୁ ଓ ବାହାରେ କହିଦେଲେ ଜୀବନରୁ ମାରିଦେବା ସହ ଭିଡିଓକୁ ସୋସିଆଲ ମିଡିଆରେ ଛାଡି ଦେବାପାଇଁ ଧମକାଉଥିବା ନାବାଳିକା ଜଣକ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ସହୟ କରିନପାରି ନାବାଳିକା ଜଣକ ସ୍କୁଲରୁ ଫେରିବା ବାଟରେ ସମସ୍ତ ଘଟଣା ନିଜ ଭଉଣୀକୁ କହିଥିଲା । ନାବାଳିକା ଜଣକ ପୋଲିସକୁ କହିଛନ୍ତି ଯେ, ପ୍ରଥମେ ୬୬ ବର୍ଷୀୟ ଲିଫ୍ଟ ଅପରେଟର ତାଙ୍କ ସାଙ୍ଗେ ଦୁଷ୍କର୍ମ କରିଥିଲେ ଓ ତିନିଦିନ ପରେ ତାଙ୍କର ସାଥୀମାନଙ୍କ ସହ ଆଉଥରେ ଦୁଷ୍କର୍ମ କରିଥିଲେ ।

ଏହି ଘଟଣା ସମ୍ପର୍କରେ ପୋଲିସ କହିଛି ଯେ, ସେହି ଆପାଟମେଣ୍ଟର ୧୮ ଜଣଙ୍କୁ ବର୍ତ୍ତମାନ ସମୟରେ ଆମେ ମାନେ ହେପାଜତକୁ ଆଣିଛୁ ଏବଂ ଅନ୍ୟ ଦୋଶୀମାନେ ମଧ୍ୟ ଖୁବଶୀଘ୍ର ଧରାପଡିବେ । ଏପରି ଘଟଣାରେ ସମସ୍ତ ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ସାରା ରାଜ୍ୟରେ ଏହି ଘଟଣା ଜଣାପଡିବା ପରେ ଅପରାଧୀ ମାନଙ୍କୁ କଠୋର ଦଣ୍ଡ ବିଧାନ ଦେବା ପାଇଁ ସ୍ଥାନୀୟ ଜନସାଧାରଣ ମାନେଦାବୀ କରିଛନ୍ତି ।