ସାରା ରାଜ୍ୟରେ ଗଣେଶ ପୂଜାର ଧୁମ୍

21

କନକ ବ୍ୟୁରୋ : ଆଜି ସାରା ରାଜ୍ୟରେ ଗଣେଶ ପୂଜାର ଧୁମ୍। ସ୍କୁଲ କଲେଜ ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ଗଣେଶ ପୂଜା ପାଳନ ପାଇଁ ବେଶ ଉତ୍ସାହ ପରିଲକ୍ଷିତ ହେଉଛି । ଶ୍ରୀ ଗଣେଶଙ୍କୁ ବିଦ୍ୟାର ଦେବତା ଭାବେ ଗ୍ରହଣ କରାଯାଉଥିବାରୁ ବିଶେଷ କରି ସ୍କୁଲ-କଲେଜ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତ କରାଯାଇଛି । ସେହିପରି ଗଣେଶ ମହପ୍ରଭୁଙ୍କୁ ବାଧାବିଘ୍ନର ତ୍ରାଣକର୍ତା ବୋଲି ବିଶ୍ୱାସ କରାଯାଉଥିବାରୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଅସ୍ଥାୟୀ ମଣ୍ଡପରେ ବି ଗଣେଶ ପୂଜାର ଆୟୋଜନ କରାଯାଉଛି ।