ଗଣେଶ ପୂଜା ଅବସରରେ ଆରତୀ ଶୁଣାଇବେ ସଞ୍ଜୟ ଦତ୍ତ!

146

ଦେଶ ସାରା ଗଶେଶ ପୂଜା ପାଇଁ ପ୍ରସ୍ତୁତି ଚାଲିଛି । ସମେସ୍ତ ଏଥିପାଇଁ ଧୁମଧାମରେ ପ୍ରସ୍ତୁତି ପର୍ବ ଆରମ୍ଭ କରିଛନ୍ତି । ଏଥି ମଧ୍ୟରେ ବଲିଉଡ଼ ତାରକା ମଧ୍ୟ ଗଣେଶଙ୍କ ଭକ୍ତିରେ ଲୀନ ନଜର ଆସୁଛନ୍ତି । ଅଭିନେତା ସଞ୍ଜୟ ଦତ୍ତତ୍ତ ନିଜର ଆଗାମୀ ସିନେମା ‘ଭୂମି’ ପାଇଁ ଗଣେଷଶ ଆରତୀ ରେକର୍ଡ଼ କରିଛନ୍ତି । ଏହି ଗୀତ ବିଷୟରେ ସଞ୍ଜୟଙ୍କୁ ପଚରାଯିବା ପରେ, ସେ କହିଛନ୍ତି ସିନେମାର ଟ୍ରେଲର ଦେଖି ଆପଣ ଜାଣିପାରୁଥିବେ ଏହା ‘ଜୟ ଗଣେଶ’ ଶଦ୍ଦ ସହିତ ଆରମ୍ଭ ହୋଇଛି । ଏହି ଗୀତ ସିନେମାର ଏକ ଗରୁତ୍ୱପୂର୍ଣ୍ଣ ଅଂଶ । ଏଥିଯୋଗୁଁ ଏକ ବୈଠକରେ ନିଷ୍ପତି ହୋଇଥିଲା ସିନେମା ପାଇଁ ଏହି ଗୀତ ତିଆରି ହେବା ଦରକାର ।

ସଞ୍ଜୟ ଦତ୍ତ କହିଛନ୍ତି, ସେ ତାଙ୍କ ଘରେ ବହୁତ ଧୁମଧାମରେ ଗଣେଶ ଚତୁର୍ଥୀ ପାଳନ କରନ୍ତି । ଏଥିଯୋଗୁଁ ଗଣେଶ ଆରତୀ ଗାଇବାର ସୁଯୋଗ ମିଳିଥିବାରୁ ସେ ନିଜକୁ ଧନ୍ୟ ମନେ କରୁଛନ୍ତି । ସିନେମାର ନିର୍ଦ୍ଦେଶକ ଉମଙ୍ଗ କୁମାରଙ୍କ କହିଛନ୍ତି, ଏହି ଗୀତ ହିଟ ସାବ୍ୟସ୍ତ ହେବ ବୋଲି ତାଙ୍କର ପୁରା ବିଶ୍ୱାସ ରହିଛି । ଏହି ସିନେମାରେ ଗଣେଶ ଆରତୀ ପାଇଁ ବିଚାର କାହିିଁକି ଆସିଲା ବୋଲି ବୋଲି ଉମଙ୍ଗଙ୍କୁ ପଚାରିବା ପରେ ସେ କହିଛନ୍ତି, ଟ୍ରେଲରରେ ସଞ୍ଜୟ ଗଣେଶ ଆରତୀ କରିବାର ଏକ ଦୃଶ୍ୟ ରହିଛି ।

ଯେତେବେଳେ ଏହି ଦୃଶ୍ୟ କରିବା ପାଇଁ ମନରେ ବିଚାର ଆସିଲା ସେତେବଳେ ହିଁ ଗଣେଶ ଆରତୀ ରେକର୍ଡ଼ କରିବା ପାଇଁ ନିଷ୍ପତ୍ତି ନେଇଥିଲି । ଏହି ଗୀତକୁ ଲୋକେ ଅନେକ ବର୍ଷ ପଯ୍ୟନ୍ତ ଶୁଣିବେ ବୋଲି ଆମେ ଆଶା କରୁଛୁ ବୋଲି ଉମଙ୍ଗ କହିଛନ୍ତି । ସିନେମା ‘ଭୂମି’ ବାପା-ଝିଅର କାହାଣୀ ଉପରେ ଆଧାରିତ । ବଲିଉଡ଼ ଅଭିନେତ୍ରୀ ଆଦିତି ରାଓ ହାଇଦ୍ରୀ ଏଠାରେ ସଞ୍ଜୟଙ୍କ ଝିଅ ଭୂମିକାରେ ଅଭିନୟ କରୁଛନ୍ତି । ୨୨ ସେପ୍ଟେମ୍ବରରେ ରିଲିଜ ହେବ ଏହି ସିନେମା ।