ଖାନ୍ ପରିବାରରେ ଗଣେଶ ଚତୁର୍ଥୀ ସେଲିବ୍ରେସନ : ସଲମାନଙ୍କ ଭଣଜା ଅହିଲ ପାଇଁ ସ୍ୱତନ୍ତ୍ର

106

6ସମସ୍ତେ କାଣନ୍ତି ଗଣେଶ ଚତୁର୍ଥୀ ସେଲିବ୍ରେସନ ଏକ ନିଆରା ପରଂପରା ଖାନ ପରିବାରରେ । ପ୍ରତିବର୍ଷ ପରି ଏଥରକ ମଧ୍ୟ ବଲିଉଡ ସୁପରଷ୍ଟାର ସଲମାନଙ୍କ ବାନ୍ଦ୍ରାସ୍ଥିିତ ଗାଲାକ୍ସି ଆପାର୍ଟମେଂଟରେ ଧୂମଧାମରେ ପାଳନ ହୋଇଛି ଗଣେଶ ପୂଜା । ଘରେ ଭଗବାନ ଗଣେଶଙ୍କ ମୂର୍ତି ଆଣି ବନ୍ଧୁ ପରିଜନଙ୍କୁ ଡାକି ଖୁବ୍ ଉତ୍ସାହରେ ପାଳନ କରିଛନ୍ତିି ଏହି ପୂଜା ।

11ସବୁଠୁ ବେଶୀ ଆକର୍ଷଣ ସାଜିଛି କିଉଟ୍ ଅହିଲ୍ । ସଲମାନଙ୍କ ଭଉଣୀ ଅର୍ପିତାଙ୍କ ପୁଅ ଅହିଲ । ଏହି ବର୍ଷ ଅହିଲ ଜନ୍ମ ହୋଇଛି। ଏଣୁ ଏ ଗଣେଶ ଚତୁର୍ଥୀ ତା ପାଇଁ ସ୍ପେଶାଲ ସାଜିଛି । ଅର୍ପିତା ଅହିଲକୁ କୋଳେଇ ଧରି ଭକ୍ତି ରସରେ ନାଚୁଥିବାର ଭିଡିଓ ବେଶୀ ଭାଇରାଲ ହୋଇଛି ।

salman-khan-story-+-fb_647_122615013717ଲଦାଖରେ ଫିଲ୍ମ ଟ୍ୟୁବ୍ ଲାଇଟର ସୁଟିଂରେ ବ୍ୟସ୍ତ ସଲମାନଙ୍କ ଅନୁପସ୍ଥିତି ପୂଜାରେ ବେଶ ବାରି ହୋଇପଡିଛି । ଗଣପତିଙ୍କ ପୂଜାରେ ଖାନ ପରିବାରର ମାହୋଲ ପୂରା ଭକ୍ତିମୟ ହୋଇଉଠିଛି । ଏଥରକ ଖାନ ପରିବାର ପାଇଁ ପୂଜାର ସମସ୍ତ ଆୟୋଜନ କରିଛନ୍ତି ଭାଇ ସୋହେଲ ଖାନ ।

ସେପ୍ଟେମ୍ବର ୬ରେ ଗଣପତିଙ୍କ ମୂର୍ତି ବିସର୍ଜନ ହୋଇଛି । ଇକୋ-ଫ୍ରେଣ୍ଡଲି ମ୍ୟାନରରେ ପୂରା ଖାନ ପରିବାର ଘର କଂପାଉଣ୍ଡ ଭିତରେ ଥିବା କୂପରେ ଏହି ମୂର୍ତି ବିସର୍ଜନ କରିଛନ୍ତି । ବଲିଉଡର କିଛି କଳାକାର .ନୱାଜଉଦ୍ଦିନ ସିଦ୍ଦିକ୍ ଓ ଏମି ଜାକସନ ଆଦି ପ୍ରମୁଖଙ୍କ ସହ ସୋହେଲ ଖାନ  , ଅର୍ପିତା ଖାନ ଶର୍ମା ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ଖାନ୍ ପରିବାରର ଗଣେଶ ଚତୁର୍ଥୀର ଭକ୍ତି ମାହୋଲ , ଦେଖନ୍ତୁ ଏହି ଭିଡିଓରେ –