ପୂଜ୍ୟପୂଜାକୁ ଅସମ୍ମାନ । କେରଳର କନ୍ନୁରରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

58

କନକ ବ୍ୟୁରୋ: ପୂଜ୍ୟପୂଜାଙ୍କୁ ଅସମ୍ମାନ । କେରଳର କନ୍ନୁରରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ମୂର୍ତି ଭଙ୍ଗା ଯାଇଛି । କନ୍ନୁରର ଥାଲିପରଂବା ଅଂଚଳରେ ଗାନ୍ଧୀ ମୂର୍ତିର ଚଷମାକୁ ଭାଙ୍ଗି ଦୁର୍ବୃତ୍ତମାନେ ଖସି ଯାଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଅଂଚଳରେ ଉତ୍ତେଜନା ଖେଳିଯାଇଛି ।

ତାମିଲନାଡୁର ଥେରୁବିତ୍ରେୟୁର ପେରିୟାର ନଗରରେ ବାବା ସାହେବ ଆମ୍ବେଦକରଙ୍କ ମୂର୍ତ୍ତିକୁ ମଧ୍ୟ ଖଣ୍ଡିତ କରାଯାଇଛି । ତ୍ରିପୁରାରେ ବିଜେପିର ବାଜିମାତ ପରେ ଲେନିନଙ୍କ ମୂର୍ତ୍ତି ଭଙ୍ଗା ଯାଇଥିଲା । ଏହି ଘଟଣା ପରେ ଦେଶର ବିଭିନ୍ନ ସ୍ଥାନରେ ମୂର୍ତ୍ତି ଭଙ୍ଗା ଘଟଣାମାନ ସାମ୍ନାକୁ ଆସିଛି ।