ପରିବର୍ତ୍ତନ ଅଭିମୁଖେ ଭାରତ : ରାଜସ୍ଥାନର ପ୍ରଥମ ରେଳଷ୍ଟେସନ୍ ଯାହାର ସଂଚଳାନ ଦାୟିତ୍ୱରେ ଅଛନ୍ତିି କେବଳ ମହିଳା

31

ପ୍ରତିଦିନ ଆମ ଭାରତରେ ହଜାର ହଜାର ମହିଳା ନିର୍ଯାତିତ ହୁଅନ୍ତି । ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରର କାହାଣୀ ପ୍ରତିଦିନ ଖବରକାଗଜର ପୃଷ୍ଠା ମଣ୍ଡନ କରେ । ଆଉ ବର୍ତ୍ତମାନ ସମୟରେ ବଧୂହତ୍ୟା, ଗଣଦୁଷ୍କର୍ମ, ଘରୋଇ ହିଂସା ଭଲି ଘଟଣା ଅତି ସାଧାରଣ କଥା ହୋଇଗଲାଣି । ଏଭଳି ପରିସ୍ଥିତିରେ ଆମ ଦେଶର ରାଜନେତା ମାନେ ଗଳାଫଟାଇ ଚିତ୍କାର କରି ଦାବି କରୁଛନ୍ତି ଆମ ଦେଶରେ ବିକାଶ ଆଡ଼କୁ ଗତି କରୁଛି । ସୂଚନାଯୋଗ୍ୟ ଭାରତରେ ଦୁନିଆର ସର୍ବାଧିକ ନିର୍ବାଚିତ ମହିଳା ପ୍ରତିନିଧି ଅଛନ୍ତି । ଏହା ବ୍ୟତୀତ ଶାସନର ସମସ୍ତ ସ୍ତରରେ ୧୦ ଲକ୍ଷରୁ ବି ଅଧିକ ପଦରେ ମହିଳାଙ୍କ କବଜା ଅଛି । ଏହା ମଧ୍ୟରେ ମହିଳାମାନଙ୍କ ସହିତ ଘଟୁଥିବା ଅପରାଧର ଖବର ଭିତରେ ମହିଳା ସଶକ୍ତିକରଣର ଏକ ଭଲ ଖବର ଆସିଛି ।

ଜୟପୁରର ଗାନ୍ଧୀନଗର ଷ୍ଟେସନ ଏବେ ହୋଇଯାଇଛି ‘ଅଲ ବୁମନ’ଷ୍ଟେସନ । ଅର୍ଥାତ୍ ଏହି ଷ୍ଟେସନରେ ଟ୍ରେନ ଗୁଡିକର ସଂଚାଳନଠୁ ଆରମ୍ଭ କରି ସମସ୍ତ ପ୍ରକାର କାମ ମହିଳାଙ୍କ ଦ୍ୱାରା ସଂଚାଳିତ ହୁଏ । ଉତ୍ତର -ପଶ୍ଚିମ ରେଳବାଇରେ ଗାନ୍ଧୀନଗର ରାଜସ୍ଥାନ ଏହି ସମୟର ପ୍ରଥମ ମହିଳା ଷ୍ଟେସନ ହୋଇଯାଇଛି, ଯେଉଁଠି ମହିଳାଙ୍କ ହାତରେ ଅଛି ଗୂରୂତ୍ୱପୂର୍ଣ୍ଣ ଦାୟିତ୍ୱ । ଗାନ୍ଧୀନଗର ଷ୍ଟେସନରେ ବର୍ତ୍ତମାନ ସମସ୍ତ ପଦ ପଦବୀରେ ମହିଳାକର୍ମୀ ନିୟୋଜିତ ଅଛନ୍ତି । ଷ୍ଟେସନ ମାଷ୍ଟର ଏଞ୍ଜେଲା ଷ୍ଟେଲାଙ୍କ କହିବା ଅନୁସାରେ ସୁପରିଟେଣ୍ଡେଣ୍ଟର ପଦ ହେଉ ବା ମୁଖ୍ୟ ଟିକେଟ କଲେକ୍ଟରର, ଆରପିଏଫର କନେଷ୍ଟବଳ ହେଉ ବା ନିୟୋଜିତ ଥିବା ଜିଆରପି ଟିମ ସବୁ ପଦରେ ମହିଳାମାନେ ନିୟୋଜିତ ହେବେ । ଗାନ୍ଧୀନଗର ଷ୍ଟେସନରେ ପ୍ରତିଦିନ ୨୫ଟି ଟ୍ରେନ ରହେ । ଏହା ବ୍ୟତୀତ ୫୦ରୁ ବି ଅଧିକ ଟ୍ରେନ ଏଠାରୁ ଯିବା ଆସିବା କରନ୍ତି । ଏପରି ପରିସ୍ଥିତିରେ କାର୍ଯ୍ୟରତ କର୍ମୀଙ୍କ ପାଇଁ କାମ ବହୁତ ବ୍ୟସ୍ତବହୁଳ ଥାଏ । ଷ୍ଟେସନ ମାଷ୍ଟରଙ୍କ କହିବାନୁସାରେ ୭ ହଜାରରୁ ବି ଅଧିକ ଯାତ୍ରୀ ଷ୍ଟେନରେ ଯିବାଆସିବା କରନ୍ତି ।

ସେହିପରି ମୁମ୍ବାଇର ମାଟୁଙ୍ଗା ଷ୍ଟେସନ ବି ସଂପୁର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ସଂଚାଳିତ । ଏହି ଷ୍ଟେସନର ନାମ ଲିମକା ବୁକ ଅଫ ରେକର୍ଡସ ୨୦୧୮ ରେ ସ୍ଥାନ ପାଇଛି । ଏହି ଷ୍ଟେସନ ୬ ମାସ ପୂର୍ବରୁ ଦେଶର ଏମିତି ପ୍ରଥମ ଷ୍ଟେସନ ହୋଇଥିଲା, ଯେଉଁଠି ପରିଚାଳନାର ସମସ୍ତ ଦାୟିତ୍ୱ ସଂପୂର୍ଣ୍ଣ ଭାବେ ମହିଳାଙ୍କ ଉପରେ ନ୍ୟସ୍ତ । ରେଳବାଇର ଏକ ଅଧିକାରୀ କହିଛନ୍ତି , ଆମେ ଏହା ଜଣେଇକି ଖୁସି ଅଛୁ ଯେ ମାଟୁଙ୍ଗା ଷ୍ଟେସନର ନାମ ଲିମକା ବୁକ ଅଫ ରେକର୍ଡସ ୨୦୧୮ ରେ ଉଲ୍ଲେଖ ଅଛି । ଏହାର ଶ୍ରେୟ ମଧ୍ୟପ୍ରଦେଶର ମହାପ୍ରବନ୍ଧକ ଡି କେ ଶର୍ମା ଙ୍କୁ ଯାଉଛି, ଯିଏକି ମହିଳାଙ୍କ ସଶକ୍ତିକରଣ ପାଇଁ ଏହି ପଦକ୍ଷେପ ନେଇଛନ୍ତି । ଏହି ଷ୍ଟେସନରେ ୪୧ କର୍ମଚାରୀ ମୁତୟନ ଅଛନ୍ତି, ଯେଉଁଠି ଆରପିଏଫ ଏବଂ ଅନ୍ୟ ବିଭାଗର କର୍ମୀ ମଧ୍ୟ ଅଛନ୍ତି । କର୍ମଚାରୀ ମାନେ ଷ୍ଟେସନ ପ୍ରବନ୍ଧକ ମମତା କୁଲକର୍ଣ୍ଣୀଙ୍କ ଅଧିନରେ କାମ କରୁଛନ୍ତି । ମଧ୍ୟ ରେଳବାଇର ମୁଖ୍ୟ ଜନସଂପର୍କ ଅଧିକାରୀ ସୁନୀଲ ଉଦାସୀଙ୍କ ସୂଚନା ଅନୁସାରେ, ଗତ ୬ ମାସରେ ମହିଳା କର୍ମଚାରୀ ହିଁ ୨୪ ଘଣ୍ଟା ଷ୍ଟେସନର କାମ ସମ୍ଭାଳୁଛନ୍ତି ଓ ଏହାର ପରିଣତି ସକାରାତ୍ମକ ଏବଂ ଉତ୍ସାହଜନକ ରହିଛି ।