ଟଙ୍କାରୁ ହଜିଗଲେ ଗାନ୍ଧି ! ନୂଆ ୨୦୦୦ ଟଙ୍କିଆ ନୋଟରୁ ଗାନ୍ଧି ଛବି ଗାଏବ

54

କନକ ବ୍ୟୁରୋ : ନୂଆ ୨୦୦୦ ଟଙ୍କିଆ ନୋଟରୁ ଗାନ୍ଧି ଛବି ଗାଏବ । ଏପରି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଶିବପୁର ଜିଲ୍ଲାର ଏକ ଗାଁରେ । ନୂଆ ୨ହଜାର ଟଙ୍କିଆ ନୋଟରେ ଗାନ୍ଧିଙ୍କ ଫଟୋ ନ’ଥିବା ଦେଖି ଚାଷୀଙ୍କ ହୋସ୍ ଉଡିଯାଇଥିଲା । ସମ୍ପୃକ୍ତ ନୋଟ୍ ନକଲି ହୋଇଥିବା ନେଇ ଚାଷୀମାନେ ଯାଇ ବ୍ୟାଙ୍କରେ ପହଂଚିଥିଲେ । ତେବେ ବ୍ୟାଙ୍କ ଅଧିକାରୀଙ୍କ ଉତରରେ ତାଜୁବ ହୋଇଯାଇଥିଲେ ଚାଷୀ ।

ନୋଟ୍ ଅସଲି ଥିବା କହି ବ୍ୟାଙ୍କ ଅଧିକାରୀ ସେହି ନୋଟକୁ ନେଇଯାଇଥିଲେ । ତରବରିଆ ଭାବେ ନୋଟ୍ ପ୍ରିଂଟି ହୋଇଥିବା ଯୋଗୁଁ ଏପରି ହୋଇଥିବା ବ୍ୟାଙ୍କ ଅଧିକାରୀ ସଫେଇ ଦେଇଥିଲେ । ଏପରି ଅନେକ ନୋଟ୍ ବଜାରରେ ଥିବା ବ୍ୟାଙ୍କ ଅଧିକାରୀ ଓ ପୁଲିସ ପକ୍ଷରୁ କୁହାଯାଇଛି ।

ମଙ୍ଗଳବାର ଦିନ ସ୍ଥାନୀୟ ଏସବିଆଇ ଶାଖାରୁ ଚାଷୀ କୃଷ୍ଣା ମୀନା ୨ହଜାର ଟଙ୍କା ଉଠାଣ କରିଥିଲେ । ପରେ ସେ ଏହି ନୋଟକୁ ନେଇ ବଜାରକୁ ଯାଇଥିବାବେଳେ ୨ହଜାର ଟଙ୍କିଆ ନୋଟରେ ଗାନ୍ଧିଙ୍କ ଛବି ନ’ଥିବା ଦେଖିବାକୁ ପାଇ ପୁଣି ବ୍ୟାଙ୍କକୁ ଆସି ଅଭିଯୋଗ କରିଥିଲେ । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :