ଗାନ୍ଧୀ ମାଗୁଛନ୍ତି ଚାକିରୀ, ମାଷ୍ଟର୍ ହେବେ ଅମିତାଭ ବଚ୍ଚନ ! ୟୁପିର ଅଜବ କାହାଣୀ

34

ମହାତ୍ମା ଗାନ୍ଧୀ ଓ ଅମିତାଭ ବଚ୍ଚନ ମଧ୍ୟ ସରକାରୀ ସ୍କୁଲରେ ଶିକ୍ଷା ସହାୟକ ଭାବରେ କାମ କରିବାକୁ ଚାହୁଁଛନ୍ତି । ଆଉ ଏଥିପାଇଁ ସେମାନେ ଉତ୍ତରପ୍ରଦେଶ ଲକ୍ଷ୍ନୋର ସରକାରୀ ସ୍କୁଲରେ ଚାକିରୀ ପାଇଁ ଆବେଦନ କରିଛନ୍ତି । କେବଳ ସେତିକି ନୁହେଁ ୯୪ % ନମ୍ବର ରଖି ମେରିଟ୍ ଲିଷ୍ଟର ସବୁଠାରୁ ଟପରେ ଅଛନ୍ତି ମହାତ୍ମା ଗାନ୍ଧୀ ।

ଏହି ଖବର ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ କରୁଥବ । ଶିକ୍ଷା ବିଭାଗର ଅଧିକାରୀ ପ୍ରବୀଣ ମଣି ତ୍ରିପାଠୀଙ୍କ କହିବା ଅନୁସାରେ ପ୍ରାୟ ୧୫ ଜଣ ଏପରି ଆବେଦନକାରୀ ଅଛନ୍ତି ଯେଉଁମାନଙ୍କ ନାଁ ଏମିତି କିଛି ପ୍ରତିଷ୍ଠିତ ଲୋକଙ୍କ ନାଁ ସହ ମେଳ ଖାଉଛି । ତେବେ ଏପରି ଆବେଦନ ପତ୍ର ପାଇବା ପରେ ଶିକ୍ଷା ବିଭାଗ ପ୍ରଥମେ ଏହି ମେରିଟ୍ ଲିଷ୍ଟକୁ ସ୍ଥଗିିିତ କରିବା ସହ ସତ୍ୟତା ଯାଂଚ୍ କରିବା ପାଇଁ ଏକ କମିଟି ଗଠନ କରିଥିଲେ । କିନ୍ତୁ ପରେ ଏହି ଆବେଦନକାରୀଙ୍କ ନାଁ ମେରିଟ୍ ଲିଷ୍ଟରେ ରଖିବା ପାଇଁ ନିଷ୍ପତି ନେଇଥଲେ ।

ତେବେ ମେରିଟ୍ ଲିଷ୍ଟର ଟପରେ ମହାତ୍ମା ଗାନ୍ଧୀଙ୍କ ନାଁ ଥିବାବେଳେ ଦ୍ୱତୀୟ ସ୍ଥାନରେ ଜଣେ ମହିଳା ପ୍ରାର୍ଥୀ ଥିଲେ । ଯାହାଙ୍କ ନାଁ ଶୁଣିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ । ଏହି ମହିଳା ପ୍ରାର୍ଥୀଙ୍କ ନାଁ ଅରଶଦ ହୋଇଥିବା ବେଳେ ଟାଇଟେଲ୍ ସ୍ଥାନରେ ଅପଶବ୍ଦ ବ୍ୟବହାର କରାଯାଇଥିଲା । ତେବେ ପ୍ରବୀଣ କହିଛନ୍ତି ଯେତେବେଳେ କୌଣସି ଆବେଦନକାରୀ ଆସିଲେ ନାହିଁ ସେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ମେରିଟ ଲିଷ୍ଟକୁ ଖରାପ କରିବା ସହ ଅଧକାରୀମାନଙ୍କୁ ହଇରାଣ କରିବା ପାଇଁ ଏପରି କରାଯାଇଛି ।

ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ଖାଲି ଥିବା ୧୬୪୮୮ ଶିକ୍ଷାସହାୟକ ପଦବୀ ପୂରଣ ପାଇଁ ଆବେଦନ କରାଯାଇଛି । ତେବେ କେବଳ ଲକ୍ଷ୍ନୋରେ ୩୩ଟି ପଦବୀ ପାଇଁ ୮୦୦ ପ୍ରାର୍ଥୀ ଆବେଦନ କରିଛନ୍ତି । ଯେଉଁମାନଙ୍କ ମଧ୍ୟରେ ଏଭଳି କିଛି ମିଛ ଆବେଦନକାରୀ ସାମିଲ ଅଛନ୍ତି ।