ମଥୁରା ମନ୍ଦିରରେ ମହିଳାଙ୍କ ସହ ଗଣଦୁଷ୍କର୍ମ ! ରାଧାରାନୀ ମନ୍ଦିରରେ ଓଡ଼ିଶାରୁ ବୁଲିବାକୁ ଯାଇଥିବା ଜଣେ ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗ

41

କନକ ବ୍ୟୁରୋ : ମନ୍ଦିରରେ ମହିଳାଙ୍କ ସହ ଗଣଦୁଷ୍କର୍ମ । ମଥୁରାର ପ୍ରସିଦ୍ଧ ରାଧାରାନୀ ମନ୍ଦିରରେ ଓଡ଼ିଶାରୁ ବୁଲିବାକୁ ଯାଇଥିବା ଜଣେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘଟଣାର ସିସିଟିଭି ଭିଜୁଆଲ ଏବେ ପୁଲିସ ହାତରେ ଲାଗିଛି । ସୋମବାର ରାତିରେ ଏହି ଘଟଣା ଘଟିଛି । ଉତ୍ତରପ୍ରଦେଶ ମଥୁରାକୁ ବୁଲିବାକୁ ଯାଇଥିବା ବେଳେ ସୋମବାର ରାତିରେ ଶ୍ରଦ୍ଧାଳୁ ଜଣକ ପ୍ରସିଦ୍ଧ ରାଧାରାନୀ ମନ୍ଦିରରେ ରହିଥିଲେ ।

ରାତି ପ୍ରାୟ ୧୦ଟା ୩୦ ସମୟରେ ମନ୍ଦିରର ରୋଷେୟା ଓ ଚୌକିଦାର ମହିଳାଙ୍କୁ ଟାଣି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କୌଣସି ମତେ ମହିଳା ଜଣକ ସେଠାରୁ ଖସି ପୁଲିସ ନିକଟରେ ପହଂଚି ଲିଖିତ ଅଭିଯୋଗ କରିଥିଲେ । ତେବେ ପୁଲିସ ଅବହେଳା କରି କୌଣସି ପଦକ୍ଷେପ ନେଇନଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣା ଗଣମାଧ୍ୟମରେ ପ୍ରସାରଣ ହେବା ପରେ ତତ୍ପରତା ପ୍ରକାଶ କରିଛି ପୁଲିସ । ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରିଥିବା କହିଛି । ମନ୍ଦିରରେ ଘଟିଥିବା ଏହି ଘଟଣା ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।