କିଭଳି ଅଛି ଗଣକବି ବୈଷ୍ଣବ ପାଣିଙ୍କ ଜନ୍ମସ୍ଥାନ ! ଦେଖନ୍ତୁ ଏହି ରିପୋର୍ଟ

101

କନକ ବ୍ୟୁରୋ : ନଟ ନଟୀଙ୍କ ମାଧ୍ୟମରେ ସମାଜ ସଂସ୍କାରର କଥା ହେଉ । ବା ମହାଭାରତ, ରାମାୟଣ ପରି ପବିତ୍ର ଗ୍ରନ୍ଥର ବିଷୟବସ୍ତୁକୁ ନେଇ ନାଟକ ମାଧ୍ୟମରେ ନୃତ୍ୟଗୀତର ପରିବେଷଣ ହେଉ । ସବୁଥିରେ କିର୍ତି ଛାଡି ଯାଇଛନ୍ତି ଗଣକବି ବୈଷ୍ଣବ ପାଣି । ସେ ଏକାଧାରରେ ଥିଲେ କବି, ଲେଖକ, ଅଭିନେତା, ନାଟ୍ୟକାର ଏବଂ ସମାଜ ସଂସ୍କାରକ । ତାଙ୍କର ସହଜ ସରଳ ଭାଷାର ଲେଖା ଏକାବେଳକେ ସମାଜର ସବୁ ସ୍ତରର ଲୋକଙ୍କ ମନକୁ ଛୁଇଁ ପାରୁଥିଲା । ସେଥିପାଇଁ ତାଙ୍କୁ କୁହାଯାଏ ଗଣକବି । ତେବେ ଏହି ପୂଜ୍ୟପୂଜାଙ୍କ ମନେରଖିବା ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି, ଆଉ କିଭଳି ଅଛି ତାଙ୍କ ଜନ୍ମସ୍ଥାନ ।

କବିଙ୍କ ପୈତୃକ ଘରେ ଏବେ ରହୁଛନ୍ତି କବିଙ୍କ ପରପିଢ଼ୀ ଏଇ ଘରେ । କବିଙ୍କ ସ୍ମୃତି କହିଲେ ତାଙ୍କ ଘରେ ଥିବା ନିତ୍ୟ ବ୍ୟବହୃତ କିଛି ସାମଗ୍ରୀ ଓ ପାଣ୍ଡୁଲିପି । କବିଙ୍କ ଦ୍ୱାରା ବ୍ୟବହୃତ ଚଷମା, ସାହି ଦୁଆତ, କଲମ, ମାଳି, ହ୍ୱସିଲ୍, ଟିଣ ଚେୟାର, ଓ କିଛି ହାତଲେଖା ପାଣ୍ଡୁଲିପି ଏବେବି ତାଙ୍କୁ ଜୀବନ୍ତ କରି ରଖିଛି ।

ତେବେ କବିଙ୍କର ଏହି ସ୍ମୃତିକୁ ସାଇତି ରଖିବା ପାଇଁ ଏକ ମ୍ୟୁଜିୟମ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଖାଲି ସେତିକି ନୁହେଁ କବି ତାଙ୍କର ଶେଷ ଜୀବନ ବିତାଇଥିବା ସ୍ଥାନ ହରଧୋବଣୀ ସ୍ମୃତି ପୀଠର ଅବସ୍ଥା ମଧ୍ୟ ଶୋଚନୀୟ । ସ୍ମୃତି ପେଣ୍ଡାଲରୁ ମାର୍ବଲ ସବୁ ଚୋରୀ ହୋଇ ଯାଇଛି । ପେଣ୍ଡାଲକୁ ଖୋଳି ଇଟା ପଥର ଚୋରୀ ହୋଇଗଲାଣି । ବଣ ଜଙ୍ଗଲରେ ପୂରି ଗଲାଣି ପୀଠ । ଉଚିତ୍ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଏହା ଅଲୋଡା ହୋଇପଡିଛି । ଏହି ପୀଠକୁ ସ୍ମାରକୀ ପୀଠ ଭାବରେ ମାନ୍ୟତା ଦେବା ପାଇଁ ଦାବି ହେଉଛି ।