ରାଜଧାନୀରେ ପୁଣି ଗର୍ଜିଛନ୍ତି ଗଣଶିକ୍ଷକ : ସମସ୍ୟାର ସମାଧାନ ଦାବିରେ ୬ଜଣ ମନ୍ତ୍ରୀଙ୍କ ବାସଭବନ ଆଗରେ ଗଣଶିକ୍ଷକ କରିଛନ୍ତି ବିକ୍ଷୋଭ

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗଣଶିକ୍ଷକଙ୍କ ବିକ୍ଷୋଭ । ସମସ୍ୟାର ସମାଧାନ ଦାବିରେ ମନ୍ତ୍ରୀସ୍ତରୀୟ ସବ କମିଟିରେ ଥିବା ୬ଜଣ ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଗଣଶିକ୍ଷକମାନେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜଧାନୀର ରାଜରାସ୍ତା ହେଉ ବା ପିଏମଜିରେ ଯେତେ ଗର୍ଜିଲେ ବି ସରକାର କୌଣସି ସକରାତ୍ମକ ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଗଣଶିକ୍ଷକ ।

କେବଳ ଆଲୋଚନା କରି ପ୍ରତିଶ୍ରୁତି ଦେଉଛନ୍ତି । ହେଲେ ପ୍ରତିଶୃତି କାର୍ଯ୍ୟକାରୀ କରୁନଥିବା ଅଭିଯୋଗ ହୋଇଛି । ଏଥର ଦାବି ପୂରଣ ନହେଲେ ପ୍ରତି ଶନିବାର ଓ ରବିବାରଦିନ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣଶିକ୍ଷକମାନେ ଧାରଣା ଦେବେ ବୋଲି କହିଛନ୍ତି ।