ଧୋନୀଙ୍କୁ ନେଇ ଗମ୍ଭୀରଙ୍କ ବଡ ବୟାନ୍ ! କହିଲେ ଅଷ୍ଟ୍ରେଲିଆରେ ଧୋନୀଙ୍କ ନିଷ୍ପତ୍ତି ଭୁଲ୍ ଥିଲା ।

1,154

କିଛି ଦିନ ତଳେ କ୍ରିକେଟ ଜଗତରୁ ଅବସର ନେଇଥିବା ଭାରତୀୟ ଦଳର ପୂର୍ବତନ ବାମହାତୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର, ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ବଡ ବୟାନ୍ ଦେଇଛନ୍ତି । କ୍ରିକେଟରୁ ଅବସର ନେବା ପରେ ଏବେ ଖୋଲାଖୋଲି ଭାବେ ସାମ୍ନାକୁ ଆସିଛନ୍ତି ଗମ୍ଭୀର । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୨ ରେ ଗୌତମ ଗମ୍ଭୀର ଅଷ୍ଟ୍ରେଲିଆରେ ହୋଇଥିବା ସିବି ସିରିଜ୍ ସମୟରେ ପୂର୍ବତନ ଅଧିନାୟକ ଧୋନୀଙ୍କ ନିଷ୍ପତ୍ତି ଉପରେ ଚର୍ଚ୍ଚା କରିଛନ୍ତି ।

ଗମ୍ଭୀର, ଧୋନୀଙ୍କ ଅଧିନାୟକତ୍ୱ ଉପରେ ଆଲୋଚନା କରିଛନ୍ତି । ଗମ୍ଭୀର ସେହି ବିବାଦୀୟ କଥାକୁ ପୁଣି ଉଠାଇଛନ୍ତି, ଯେତେବେଳେ ୨୦୧୨ରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ସିବି ସିରିଜରେ ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହୱାଗ ଏବଂ ଗୌତମ ଗମ୍ଭୀରଙ୍କୁ ଏକକାଳୀନ ମ୍ୟାଚରେ ନଖେଳାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ଏବଂ ୨୦୧୫ ବିଶ୍ୱକପ ପ୍ରସ୍ତୁତି ନିମନ୍ତେ ଧୋନୀ ଏପରି କରିଥିବା ସେତେବେଳେ କହିଥିଲେ ।

ଗମ୍ଭୀର କହିଛନ୍ତି ସେତେବେଳେ କୌଣସି ବି କ୍ରିକେଟରଙ୍କ ପାଇଁ ଏହା ସବୁଠାରୁ ବଡ ଝଟକା ଅଟେ । ଗମ୍ଭୀର କହିଛନ୍ତି, ଯଦି ଆପଣ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି, ତେବେ ବୟସ ମାତ୍ର ଏକ ସଂଖ୍ୟା ଅଟେ । ସେ ଆହୁରି ମଧ୍ୟ କହିଛନ୍ତି, ଅଷ୍ଟ୍ରେଲିଆରେ ଯେତେବେଳେ ଭାରତକୁ ବିଜୟର ନିହାତି ଆବଶ୍ୟକତା ଥିଲା, ସେତେବେଳେ ସେହୱାଗ, ସଚିନ୍ ଏବଂ ଗମ୍ଭୀର ହିଁ ଦଳକୁ ବିଜୟୀ କରିଥିଲେ ।