ପିଲାଙ୍କ ମୋବାଇଲକୁ ଅଶ୍ଳୀଳ ଫଟୋ ଆସିଲେ ବାପା ମା’ଙ୍କୁ ଆସିବ ନୋଟିଫିକେସନ୍ ! ଡାଉନଲୋଡ୍ କରନ୍ତୁ ଏହି ଆପ୍

68

ଅଭିଭାବକ ମାନଙ୍କ ପାଇଁ ଖୁସି ଖବର । ଏବେ ନିୟନ୍ତ୍ରଣରେ ରହିବ ଆପଣଙ୍କ ପିଲା । ଦେଖି ପାରିବନି କୌଣସି ଅଶ୍ଳୀଳ ଫଟୋ । ଯଦି ଏପରି କୌଣସି ଫଟୋ ଆସେ ଏବଂ ଏହାକୁ ଦେଖିବା ପାଇଁ ସେ କ୍ଲିକ୍ କରେ ତେବେ ଆପଣଙ୍କ ପାଖକୁ ଆସିଯିବ ନୋଟିଫିକେସନ୍ । କାରଣ ଆସିଛି ଏମିତି ଏକ ଆପ୍ ଆସିଛି । ଯାହାର ନାଁ ହେଉଛି ‘ଗ୍ୟାଲେରୀ ଗାର୍ଡିୟନ୍ ‘ । ଏହି ଆପ୍ ଦ୍ୱାରା ପିଲାମାନଙ୍କୁ ଅବାଟରେ ଯିବାରୁ ରୋକି ହୋଇପାରିବ ।

କେମିତି କାମ କରେ ଏହି ଆପ୍ :

ଯଦି ଆପଣଙ୍କ ପିଲା ପାଖକୁ ଯଦି କିଛି ଫଟୋ ଆସେ ତେବେ ପ୍ରଥମେ ଏହି ଆପ୍ ଏହାକୁ ଚିହ୍ନିବାକୁ ଚେଷ୍ଟା କରିବ । ତାପରେ ଫଟୋରେ ସ୍କିନ୍ ବା ତ୍ୱଚାକୁ ଦେଖିବ । ଯଦି ଫଟୋରେ ଅଧିକ ତ୍ୱଚା ଦେଖାଯାଉଛି ତେବେ ତାକୁ ଗଣିବାକୁ ଚେଷ୍ଟା କରିବ । ଏହି ପ୍ରଣାଳୀ ଭିତରେ ଆପ୍ ଜାଣି ପାରିବ ଯେ ଫଟୋଟି ଅଶ୍ଳୀଳ କି ନା । ତେବେ ଅଧିକ କପଡା ଫଟୋକୁ ଏହି ଆପ୍ ଧରିପାରିବ ନାହିଁ । ହେଲେ ଗୁପ୍ତାଙ୍ଗ ଦେଖାଯାଉଥିବା ଫଟୋ ଗୁଡିକୁ ଧରିବାରେ ମାହିର୍ ହେଉଛି ଏହି ଆପ୍ ।