ତିତଲି ପ୍ରଭାବିତଙ୍କ ଖାତାକୁ ଯିବ ପଇସା । ଏସଆରସିଙ୍କ ସୂଚନା,ଗଜପତି ଜିଲ୍ଲା ତିତଲି ପ୍ରଭାବିତଙ୍କୁ ପ୍ରଥମ କରି ଦିଆଯିବ ୩୦୦ କୋଟି ।

41

କନକ ବ୍ୟୁରୋ: ଗଜପତିରେ ତିତଲି ପ୍ରଭାବିତଙ୍କ ଖାତାକୁ ଯିବ ପଇସା । ପ୍ରଥମ ଥର ପାଇଁ ୩୦୦ କୋଟି ଟଙ୍କା ବିତରଣ କରାଯିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି । ଏନେଇ  ଟ୍ୱିଟ୍ ଆକାଉଣ୍ଟ ଜରିଆରେ ସୂଚନା ପ୍ରଦାନ କରିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ । ତେବେ ଏହାକୁ କିଭଳି ସଠିକ୍ ଭାବେ ପରିଚାଳନା କରାଯାଇ ତିତଲି ପ୍ରଭାବିତଙ୍କୁ ବିତରଣ କରାଯିବ ସେନେଇ ଜିଲ୍ଲା ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ତିତଲି ସମୀକ୍ଷା ନେଇ ଆସନ୍ତା ସପ୍ତାହରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ । ତିତଲି କ୍ଷୟକ୍ଷତି ଆକଳନ ପାଇଁ ଟିମ୍ ଓଡ଼ିଶା ଆସୁଥିବା ଜଣାପଡ଼ିଛି । ଏନେଇ ସଚିବାଳୟରେ ତିତଲି ପୁନଃରୁଦ୍ଧାର ସମୀକ୍ଷା ବୈଠକ ହୋଇଥିଲା । ବୈଠକ ପରେ ଏସଆରସି ବିଷ୍ଣୁପଦ ସେଠୀ କହିଥିଲେ ଯେ, ତିତଲି ପ୍ରଭାବିତ ଜିଲ୍ଲା ଗଂଜାମ ପାଇଁ ୫୦ କୋଟି ଓ ଗଜପତି ପାଇଁ ୧୪ କୋଟି ଦିଆଯାଇଛି । ଏବେ ତିତଲି ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ସ୍ଥିତି ସ୍ୱାଭାବିକ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି ।