‘ତିତଲି’ ପରେ ଗଜପତିକୁ ‘ଫୋନି’ ଭୟ! ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ।

318

କନକ ବ୍ୟୁରୋ: ମାଡ଼ି ଆସୁଛି ସାମୂଦ୍ରକି ଝଡ଼ ‘ଫୋନି’ । ରାଜ୍ୟବାସୀଙ୍କ ଛାତିରେ ଛନକା ଭରୁଛି । କାରଣ ନିକଟରେ ବାତ୍ୟା ତିତଲିର ଭିବିଷୀକା ରାଜ୍ୟବାସୀଙ୍କ ମନରୁ ନଲିଭୁଣୁ ପୁଣି ଥରେ ‘ଫୋନି’ ସାମୁଦ୍ରିକ ଝଡ଼ ଆତଙ୍କୀତ କରିଛି । ବିଶେଷ ଭାବେ ତିତଲିରେ ଭୟଙ୍କର ଭାବେ ପ୍ରଭାବତି ହୋଇଥିବା ଗଜପତି ଜିଲ୍ଲାକୁ ଘାରିଛି ବାତ୍ୟା ‘ଫୋନି’ ଭୟ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ ।

ଏକ ସମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସୂଚନା ଦେେଇ କହିଛନ୍ତି ଯେ, ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି । ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ । ଅସୁରକ୍ଷିତ ମନେ କରୁଥିବା ସମସ୍ତ ପରିବାରଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ ହେବା ପାଇଁ ମାଇକ ଯୋଗେ ପ୍ରଚାର କରାଯାଉଛି । ସମସ୍ତ ପଂଚାୟତରେ ସୁଖିଲା ଖାଦ୍ୟ ତଥା ଚାଉଳ ମହଜୁଦ ରଖାଯାଇଛି ।

ସେହିପରି ଆରଆରସିରେ ମଧ୍ୟ ଚାଉଳ ମହଜୁଦ ଅଛି । ଅଗ୍ନିଶମ, ଓଡ୍ରାଫ, ପରିମଳ, ସ୍ୱାସ୍ଥ୍ୟ ତଥାୀ ସମସ୍ତ ବିଭାଗକୁ ସଜାଗ ରହିବା ପାଇଁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଅନୁପମ ଶାହ । ସ୍ଥିତି ଉପରେ ନଜର ରଖିବା ସହ ଜିଲ୍ଲାରେ ପ୍ରାୟ ୧୫ହଜାର ଲୋକଙ୍କୁ ଆଶ୍ରୟ ସ୍ଥଳରେ ରଖିବା ପାଇଁ ବନ୍ଦୋବସ୍ତ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।