ଶ୍ରୀମନ୍ଦିର ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପ୍ରତିକ୍ରିୟା : କହିଲେ, ସର୍ବୋଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ ଓ ପ୍ରସ୍ତାବ ଉପରେ ଆଲୋଚନା କରି ନିଆଯିବ ନିଷ୍ପତ୍ତି

36

କନକ ବ୍ୟୁରୋ : ଶ୍ରୀମନ୍ଦିର ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ ଓ ପ୍ରସ୍ତାବ ଉପରେ ଆଲୋଚନା ହେବ । ପରିଚାଳନା କମିଟିର ଆଲୋଚନା ପରେ ନିଷ୍ପତି ନିଆଯିବ । ଆସନ୍ତା ମାସରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ପୁରୀ ଆସିବେ । ଶ୍ରୀମନ୍ଦିର ନୀତିକାନ୍ତି ଓ ବ୍ୟବସ୍ଥା ନେଇ ଆଲୋଚନା ହେବ । ସୁପ୍ରିମକୋର୍ଟ ଶ୍ରୀମନ୍ଦିର ନେଇ ରାୟ ଦେବା ପରେ ଏନେି ପ୍ରତିକ୍ରିୟ୍ରା ରଖିଛନ୍ତି ସେବାୟତ । ସେମାନେ କହିଛନ୍ତି, ପରମ୍ପରାକୁ ଭାଙ୍ଗିବା ପାଇଁ ସେମାନଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି ।

ପୁରୀରେ ରଥଯାତ୍ରା ପାଇଁ ଶେଷ ସମନ୍ୱୟ କମିଟି ବୈଠକ ସରିଛି । ଚଳିତ ବର୍ଷ ରଥଯାତ୍ରା ଶାନ୍ତିଶୃଙ୍ଖଳିତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏଥିପାଇଁ ସେବାୟତଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକରେ ମୁଖ୍ୟତଃ ସ୍ୱରେଜ, ଆଲୋକ, ପରିମଳ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି । ଆଲୋକ ବ୍ୟବସ୍ଥା, ସୁରକ୍ଷା ଓ ରେଳ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ବୈଠକରେ ରାଜସ୍ୱ, ଆଇନ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ଓ ଛତିଶାନିଯୋଗ ପ୍ରତିନିଧି ଉପସ୍ଥିତି ଥିଲେ । ମୁଖ୍ୟଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ , ଜିଲ୍ଲାପାଳ ଓ ଏସପି ମଧ୍ୟ ବୈଠକରେ ସାମିଲି ହୋଇଥିଲେ ।