ପୁରୀ ବ୍ୟୁରୋ କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ବିଭ୍ରାଟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି ମହାରାଜ । ନୀଳାଦ୍ରି ବିଜେ ବିଶୃଙ୍ଖଳାକୁ ନେଇ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଏଭଳି ଘଟଣାର ଯେପରି ପୁନାରୁବୃତି ନହୁଏ ସେ ନେଇ ପ୍ରଶାସନ କଡା କାର୍ଯ୍ୟାନଷ୍ଠାନ ନିଅନ୍ତୁ । ଏଭଳି ଘଟଣାକୁ ରୋକିବାକୁ ପ୍ରଶାସନ ଓ ରାଜ୍ୟ ପକ୍ଷରୁ ଦୃଢ ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ।