ସାରା ରାଜ୍ୟରେ ଧୁମଧାମରେ ପାଳିତ ହେଉଛି ଗଜଲକ୍ଷ୍ମୀ ପୂଜା ! ମା’ଙ୍କୁ ଆର୍ଶୀବାଦ ପାଇବାକୁ ଢେଙ୍କାନାଳ ଓ କେନ୍ଦ୍ରାପଡାରେ ଶ୍ରଦ୍ଧାଳୁଙ୍କ ଭିଡ

39

କନକ ବ୍ୟୁରୋ : ପୂରା ରାଜ୍ୟରେ ଏବେ ପୂଜାର ମାହୋଲ । ଦଶହରା ପରେ ଏବେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି । ଢେଙ୍କାନାଳରେ ମାଆ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ଆରମ୍ଭ ହୋଇଛି । ଗତକାଲି ମାଆଙ୍କ ନୀତିକାନ୍ତି କରାଯାଇ ଚକ୍ଷୁଦାନ ହୋଇଥିଲା । ଆଜି ଭୋର ସମୟରେ ମଂଗଳ ଆଳତୀ ପରେ ପରେ ସକାଳ ଧୁପରେ ଭୋଗ ନୀତି ହୋଇଛି । ସେହିପରି ଆଜି ଏକହଜାର ଆଠ ଲକ୍ଷ୍ମୀ ନାରାୟଣ ସ୍ତ୍ରୋତ୍ର କରାଯିବା ସହ ହୋମଯଜ୍ଞ ନିତି କରାଯିବ । ଢେଙ୍କାନାଳର ପ୍ରସିଦ୍ଧ ପୁଜାକୁ ଦେଖିବାପାଇଁ ଜିଲ୍ଲା ତଥା ଜିଲା ବାହାରୁ ଶ୍ରଦ୍ଧାଳୂଙ୍କର ଭିଡ ଦେଖିବାକୁ ମିଳିଛି । ସେହିପରି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

କେବଳ ଢେଙ୍କାନାଳ ନୁହେଁ ବଳଦେବଜୀଉ କ୍ଷେତ୍ର କେନ୍ଦ୍ରପଡାରେ ମଧ୍ୟ ଦେଖିବାକୁ ମିଳିଛି ଗଜଲକ୍ଷ୍ମୀ ପୂଜାର ଧୂମ । ମା’ଙ୍କ ବଡ ବଡ ମୁତ୍ତିୀ ସାଙ୍ଗକୁ ଆଖ ଝଲସିବା ଭଳି ତୋରଣମାଳାରେ ପଡୁଛି ଉଠୁଛି ପୂରା ସହର । ଗଜଲକ୍ଷ୍ମୀ ପୂଜା କେନ୍ଦ୍ରାପଡା ଜିଲ୍ଲାର ଏକ ପ୍ରସିଦ୍ଧ ପର୍ବ । ତେଣୁ ଏଠାରେ ବେଶ ଧୂମଧାମରେ ପାଳିତ ହୋଇଥାଏ ଗଜଲକ୍ଷ୍ମୀ ପୂଜା ।