ଆର୍ଜେଣ୍ଟିନାରେ ଆରମ୍ଭ ହେଲା ଜି-୨୦ ଶିଖର ସମ୍ମିଳନୀ : ଡୋନାଲ୍ଡ ଟ୍ରମ୍ପ, ସିଞ୍ଜୋ ଆବେଙ୍କ ସହ ତ୍ରିପାକ୍ଷିକ ଆଲୋଚନା କଲେ ମୋଦି

ଚୀନ ରାଷ୍ଟପତି ଜିନପିଙ୍ଗଙ୍କୁ ଭେଟି କଲେ ଦ୍ୱିପାକ୍ଷିକ ଚର୍ଚ୍ଚା

116

କନକ ବ୍ୟୁରୋ : ଆର୍ଜେଂଟିନାର ବ୍ୟୁନସ ଆୟର୍ସଠାରେ ଚାଲିଥିବା ୧୩ତମ ଜି-ଟ୍ୱେଂଟି ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଜାପାନ ପ୍ରଧାନମନ୍ତ୍ରୀ  ସିଂଜୋ ଆବେଙ୍କ ସହ ତ୍ରିପାକ୍ଷିକ ଆଲୋଚନା କରିଛନ୍ତି ମୋଦି । ଏହାସହ ଏକ ପ୍ରେସ ବିବୃତିରେ ପ୍ରଧାମନ୍ତ୍ରୀ ମୋଦି ଆତଙ୍କବାଦ ଓ ଅର୍ଥନୈତିକ ଅପରାଧୀଙ୍କ ବିରୋଧରେ ମିଳିତ ଲଢେଇ ପାଇଁ ଆହ୍ୱାନ ଦେଇଛନ୍ତି ।

ବିଶ୍ୱରେ ଏକ ନୂଆ ଶିଳ୍ପ ବିପ୍ଳବକୁ ସହଯୋଗ କରିବା ପାଇଁ ବ୍ରିକ୍ସ ରାଷ୍ଟ୍ର ସମୁହ ପ୍ରସ୍ତୁତ ଅଛନ୍ତି । ସନ୍ତ୍ରାସବାଦ ଓ ଉଗ୍ରବାଦ ବିଶ୍ୱ ପାଇଁ ଏକ ବଡ ଚ୍ୟାଲେଂଜ ବୋଲି ମୋଦି କହିଛନ୍ତି । ସେହିଭଳି ଅର୍ଥନୈତିକ ଅପରାଧୀଙ୍କ ବିରୋଧରେ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଜି-୨୦ ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି-ଜିନପିଙ୍ଗଙ୍କୁ ମଧ୍ୟ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସାଉଦି ଆରବର ପ୍ରିନ୍ସ ମହମ୍ମଦ ବିନ ସଲମାନ ଓ ଜାତିସଂଘ ମହାସଚିବ ଏଂଟିନିଓ ଗୁଟରେସଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ।