ଜି୨୦ ସମ୍ମିଳନୀରେ ପାକିସ୍ତାନକୁ ଟାର୍ଗେଟ କଲେ ମୋଦି : କହିଲେ, ଆତଙ୍କବାଦକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଦେଶ ବିରୋଧରେ ନିଆଯାଉ କଡ଼ା କାର୍ଯ୍ୟାନୁଷ୍ଠାନ

26

କନକ ବ୍ୟୁରୋ : ପାକିସ୍ତାନକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି । ଜି-୨୦ ଶିଖର ସମ୍ମିଳନୀରେ ଆତଙ୍କବାଦକୁ ସହଯୋଗ କରୁଥିବା ରାଷ୍ଟ୍ର ବିପକ୍ଷରେ କଡ଼ା ପଦକ୍ଷେପ ନେବା ପାଇଁ ମୋଦି ଆହ୍ୱାନ ଦେଇଛନ୍ତି । ନିଜ ଫାଇଦା ପାଇଁ ଆତଙ୍କବାଦକୁ ସହଯୋଗ କରୁଥିବା ଦେଶ ଗୁଡିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୋଦି କହିଛନ୍ତି ।

ଲସ୍କର-ଏ-ତୋଏବା ଓ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ନାଁ ନେଇ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ମୋଦି । ରାଜନୈତିକ ଫାଇଦା ପାଇଁ କିଛି ଦେଶ ଆତଙ୍କବାଦକୁ ଅସ୍ତ୍ର ଭାବରେ ବ୍ୟବହାର କରୁଥିବା ସେ କହିଛନ୍ତି । ଆତଙ୍କବାଦ ବିରୋଧରେ ସବୁ ଦେଶ ଲଢିବା ଦରକାର । ଏହାସହ ଅଲକାଏଦା, ଆଇଏସଆଇଏସ, ଲସ୍କର ଓ ଜୈଶ-ଏ-ମହମ୍ମଦକୁ ବଡ଼ ଧରଣର ଆତଙ୍କବାଦୀ ସଂଗଠନ ଏହା ବିରୋଧରେ କଡ଼ା ପଦକ୍ଷେପ ନେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି  ।