ମଦକୁ ନେଇ ମହାଭାରତ : ଦୋକାନ ବନ୍ଦ ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା ଅଙ୍ଗୁଳେଇ ବଜାରରେ ତୀବ୍ର ଉତ୍ତେଜନା

40

କନକ ବ୍ୟୁରୋ : ମଦକୁ ପାଇଁ ଦୃଷ୍ଟି ହେଲା ମହାଭାରତ । ମଦ ଦୋକାନ ବନ୍ଦ ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା ଅଙ୍ଗୁଳାଇ ବଜାରରେ ତୀବ୍ର ଉତ୍ତେଜନା । ଦୋକାନ ମାଲିକଙ୍କ ବାଇକ ପୋଡି ଦେଇଛନ୍ତି ଉତ୍ୟକ୍ତ ଜନତା । ଏହାକୁ ନେଇ ମଦ ଦୋକନର କର୍ମଚାରୀ ଓ ଉତ୍ୟକ୍ତ ଜନତା ଧସ୍ତା ଧସ୍ତି ହୋଇଛନ୍ତି । ଏଥିରେ ଉଭୟ ପକ୍ଷର ୪ଜଣ ଆହତ ହୋଇଥିବା ସୂଚନା ମିଳିଛି । ଗତକାଲି ଅଙ୍ଗୁଳାଇ ବଜାରରେ ଥିବା ମଦ ଦୋକାନ ଉଚ୍ଛେଦ ଦାବିରେ ଆନ୍ଦୋଳନ ହୋଇଥିଲା । ଶହ ଶହ ମହିଳା ଏକାଠି ହୋଇ ମଦ ଦୋକାନ ଭଙ୍ଗାରୁଜା କରିବା ସହ ମଦ ଦୋକାନୀଙ୍କୁ ମାଡ ବି ମାରିଥିଲେ । ଏହା ପରେ ଦୋକାନ ବନ୍ଦ ପାଇଁ ତହସିଲଦାର ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନରୁ ଓହରିଥିଲେ ମହିଳା । ହେଲେ ଆଜି ସକାଳେ ପୁଣି ମଦ ଦୋକାନ ଖୋଲାଯିବାରୁ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଗତକାଲି ଠାରୁ ଠାରୁ ଆରମ୍ଭ ହୋଇଛି ମଦବିରୋଧୀ ଆନ୍ଦୋଳନ । ଏହାସହ ଆନ୍ଦୋଳନକାରୀମାନେ ରାସ୍ତା ମଧ୍ୟ ଅବରୋଧ କରିଥିଲେ ଓ ମଦ ଦୋକାନ ଆଗରେ ଅନଶନରେ ବସିଥିଲେ । ପୋଲିସ ସେଠାରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଆଉ ତା’ପରେ ନିଷ୍କର୍ଶ ବାହାରିିଥିଲା ଯଦି ସେଠାରେ ବେଆଇନ ଭାବେ ମଦଦୋକାନ ତିଆରି ହେଉଛି, ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବଂ ମଦ ଦୋକାନ ଉଚ୍ଛେଦ କରାଯିବ । କିନ୍ତୁ ଆଜି ସକାଳ ୧୦.୩୦ରେ ଦୋକାନ ଖୋଲାଯିବାରୁ ଉତ୍ୟକ୍ତ ଜନତା ଭଙ୍ଗାରୁଜା ଆରମ୍ଭ କରିଥିଲେ ।