ବାଲେଶ୍ୱର : ଗାଁ ଲୋକଙ୍କ ବିରୋଧ ଯୋଗୁଁ ମଶାଣୀ ପରିବର୍ତ୍ତେ ଘର ସମ୍ମୁଖରେ ମୃତଦେହ ପୋଡ଼ିଲେ ପରିବାର ଲୋକ

1

ବାଲେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମଶାଣୀରେ ଶବ ପୋଡ଼ିବାକୁ ବିରୋଧ ହେବାରୁ ଘର ସମ୍ମୁଖରେ ମୃତଦେହ ପୋଡ଼ିଲେ ପରିବାର ଲୋକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋର ବ୍ଲକ ତେଂଟେଇ ଗାଁରେ ।

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ଥାନା ତେଂଟେଇ ଗାଁର ନବଘନ ମଲ୍ଲିକ ଏଡ୍ସ ରୋଗରେ ଆକ୍ରାନ୍ତ ଥିଲେ । ତେବେ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହେବାରୁ ପରିବାର ଲୋକେ ମୃତଦେହକୁ ସଂସ୍କାର ପାଇଁ ଗାଁ ମଶାଣୀକୁ ନେଇଥିଲେ ।

ହେଲେ ଗାଁର କିଛି ଏହାକୁ ବିରୋଧ କରିଥିଲେ । ଏଡ୍ସରେ ନବଘନର ମୃତ୍ୟୁ ହୋଇଥିବାରୁ ଶବ ଦାହ କରିବାକୁ ଦିଆଯାଇନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ପୁଲିସ ଓ ତହସିଲଦାର ଉପସ୍ଥିତ ରହି ମଧ୍ୟ ସମାଧାନ ହୋଇପାରିନଥିଲା । ଶେଷରେ ବାଧ୍ୟ ହୋଇ ପରିବାର ଲୋକ ଘର ସାମ୍ନାରେ ଶବ ଦାହ କରିଥିବା ଅଭିଯୋଗ ହୋଇଛି । ସେପଟେ ସରକାରଙ୍କ ହରିଶଚନ୍ଦ୍ର ଯୋଜନା ଅନୁଯାଇ ପରିବାର ଲୋକଙ୍କୁ ସରପଂଚ ୨୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।

Comments are closed.