ଭାରତୀୟ ଖେଳାଳିଙ୍କ ଜଙ୍ଗଲ ମସ୍ତି: ସେନା ପୋଷାକ ପିନ୍ଧିଲେ ଜଙ୍ଗଲରେ ନାଚିଲେ କୋହଲି ବାହିନୀ, ଦେଖନ୍ତୁ ଭିଡିଓ

190

କନକ ବ୍ୟୁରୋ: ବିଶ୍ୱକପ କ୍ରିକେଟରେ ପ୍ରଥମ ମୁକାବିଲା ପୂର୍ବରୁ ଟିମ ଇଣ୍ଡିଆର ଖେଳାଳିମାନେ ଜୋରଦାର ମସ୍ତି କରିଛନ୍ତି । କୋହଲି ସେନା, କାଠରେ ତିଆରି ଘରେ ସମୟ କାଟିଛନ୍ତି । ଏ ସମ୍ପର୍କିତ ଏକ ଭିଡିଓ ମଧ୍ୟ ଜାରି ହୋଇଛି । ବିସିସିଆଇ ଏହି ଫଟୋ ଜାରି କରିଛି ।

ଏକ ଭିଡିଓ ମଧ୍ୟ ସାମନାକୁ ଆସିଛି ଯେଉଁଥରେ ଟିମ ଇଣ୍ଡିଆର ଜଣେ ଖେଳାଳି ସେନାର ପୋଷାକ ପିନ୍ଧି ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଟିମ ଇଣ୍ଡିଆର ସମସ୍ତ ଖେଳାଳି ସେନା ପୋଷାକ ପିନ୍ଧିଥିବା ନଜରକୁ ଆସିଛନ୍ତି । ଏଥିସହ ବୋର୍ଡ ପକ୍ଷରୁ ଟୁଇଟ କରାଯାଇଛି କି ଜଙ୍ଗଲରେ ଟିମ ଇଣ୍ଡିଆର ମସ୍ତିପୂର୍ଣ୍ଣ ଦିନ ଏବଂ ଏହାର ଫଟୋ ।

ମିଳିଥିବା ସୂଚନା ଅନୁସାରେ ଜଙ୍ଗଲରେ ସେନାର ଏକ କ୍ୟାମ୍ପ ନିକଟରେ ଟିମ ଇଣ୍ଡିଆର ଖେଳାଳିମାନେ ପହଂଚିଛନ୍ତି ଏବଂ ପ୍ରଥମ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆର ଖେଳାଳିମାନେ ରିଫ୍ରେସ ହେବାପାଇଁ ଏପରି ମସ୍ତି କରୁଥିବା ଅନୁମାନ କରାଯାଉଛି । ଏହା ମଧ୍ୟ ଟିମ ଇଣ୍ଡିଆର ରଣନୀତି ବୋଲି କୁହାଯାଉଛି । ଯେତେବେଳେ ଅନ୍ୟଦେଶର ଖେଳାଳିମାନେ ଅଭ୍ୟାସ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ଠିକ ସେତିକି ବେଳେ ଟିମ ଇଣ୍ଡିଆର ଖେଳାଳିମାନେ ଖାଲି ଶାରିରୀକ ନୁହେଁ, ମାନସିକ ସ୍ତରରେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।