ଆରଏସ୍ଏସ୍ ର ଫୁଲ୍ ପ୍ୟାଂଟ୍ ଯୁଗ ଆରମ୍ଭ

49

ଖାକି ହାଫ୍ ପ୍ୟାଂଟକୁ ବାୟ ବାୟ। ଏଣିକି ଖାକି ଫୁଲ ଟ୍ରାଉଜର ସାଙ୍ଗକୁ ଧଳା ରଙ୍ଗର ସାର୍ଟରେ ନଜର ଆସିବେ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ସଦସ୍ୟ । ମଙ୍ଗଳବାର ଠାରୁ ନାଗପୁରରେ ଥିବା ସଂଘର ହେଡକ୍ୱାଟର୍ସରେ ବିକ୍ରି ହୋଇଛିି ନୂଆ ଡ୍ରେସକୋର୍ଡ । ଯୁବ ଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ନିମନ୍ତେ ପ୍ରଚଳନ ହୋଇଛି ଏହି ଡ୍ରେସକୋର୍ଡ଼ ।

rss new dress code 4ପୂର୍ବରୁ ମାର୍ଚ୍ଚ ମାସରେ ହୋଇଥିବା ବାର୍ଷିକ ବୈଠକରେ ନବକଳେବର ହୋଇଥିଲା ହାଫ୍ ପ୍ୟାଂଟ୍ ଯୁଗର । ଦୀର୍ଘ ୯୧ ବର୍ଷ ପରେ ହାଫ୍ ପ୍ୟାଂଟ ଯୁଗର ଅବସାନ ଘଟି ଫୁଲ୍ ପ୍ୟାଂଟରେ ରୂପାନ୍ତରିତ ହେଲା । ତେବେ ଆରଏସ୍ଏସ୍ ର ଛାତ୍ର ସଂଗଠନ ଏବିଭିପିର ଅନୁରୋଧ କ୍ରମେ ଖାକି ଫୁଲ ପ୍ୟାଂଟ ଯୁଗର ଆରମ୍ଭ ହୋଇଛି।

ସଂଘର ପ୍ରତିଷ୍ଠା ଦିବସ ଅକ୍ଟୋବର ୧୧ ବିଜୟାଦଶମୀରେ ନୂଆ ଡ୍ରେସକୋର୍ଡକୁ ବିଦ୍ଧିବଦ୍ଧ ଭାବେ ଗ୍ରହଣ କରିବ ସଂଘ । ତେବେ ନୂଆ ଡ୍ରେସକୋର୍ଡ କେତେ ଆକୃଷ୍ଟ କରୁଛି ଯୁବକଙ୍କୁ ତାହା ଦେଖିବା ବାକି ରହିଲା ।