ବିଜେଡି ଓ ବିଜେପିର ଷ୍ଟାର ପ୍ରଚାରକଙ୍କ ପୂରା ତାଲିକା ! ତୁଳନା କରନ୍ତୁ ଓ କୁହନ୍ତୁ କେଉଁ ଦଳର ଷ୍ଟାର ପ୍ରଚାରକଙ୍କ ତାଲିକା ଦମଦାର

56

କନକ ବ୍ୟୁରୋ : ନିର୍ବାଚନ ପ୍ରଚାରରେ ଉଠୁଛି ପଡୁଛି ବିଜେପୁର ମଇଦାନ । କାରଣ ଏବେ ଭୋଟ ହାତେଇବା ପାଇଁ ପ୍ରଚାର ହିଁ ଶେଷ ଭରଷା । ଏଥିପାଇଁ ସବୁଦଳ ପୂରା ଦମରେ ଲାଗି ପଡିଛନ୍ତି । ଏସବୁ ଭିତରେ ପ୍ରଚାରକୁ ଆହୁରି ଜୋରଦାର କରିବା ପାଇଁ ଷ୍ଟାର ପ୍ରଚାରକଙ୍କୁ ଖୋଜା ପଡିଛି । ଉଭୟ ବିଜେଡି ଓ ବିଜେପି ବିଜେପୁର ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରି ସାରିଛନ୍ତି । ତେଣୁ ବିଜେପୁରରେ ଏବେ ହାଇଭୋଲଟେଜ ପ୍ରଚାର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । କାରଣ ଦୁଇ ଦଳର ମୁଖିଆଙ୍କ ମଧ୍ୟରେ ଏବେ ଲଢେଇ ହେବାକୁ ଯାଉଛି । ବିଜେଡିର ପ୍ରଚାର ମଙ୍ଗ ଧରିବାକୁ ନବୀନ ଆଗକୁ ଆସିଥିବା ବେଳେ ବିଜେପି ପାଇଁ ଆଗକୁ ଆସିଛନ୍ତି ପଦ୍ମ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।

BIJEPURସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେଡି ପାଇଁ ଏଥର ଖୋଦ ଦଳ ମୁଖିଆ ମୈଦାନକୁ ଓହ୍ଲାଇବାକୁ ନିଷ୍ପତି ନେଇଛନ୍ତି । ପଞ୍ଚାୟତ ନିର୍ବାଚନ ସମୟରେ ବିଜେଡି ସୁପ୍ରିମୋ ପ୍ରଚାରକୁ ନ ଯିବା ଫଳରେ ଦଳ ବିଜେପୁରରେ ଏକରକମ ମାତ ଖାଇଥିଲା । ତେଣୁ ଉପନିର୍ବାଚନରେ କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି ବିଜେଡି ସୁପ୍ରିମୋ । ଏହାଛଡା ନବୀନଙ୍କୁ ସହଯୋଗ କରିବା ପାଇଁ ଷ୍ଟାର ପ୍ରଚାରକଙ୍କ ଏକ ଲମ୍ବା ତାଲିକା ପ୍ରକାଶ କରିଛି ବିଜେଡି । ଜାଣନ୍ତୁ କେଉଁମାନଙ୍କୁ ପ୍ରଚାର ତାଲିକାରେ ସାମିଲ କରିଛି ବିଜେଡି ।

୧- ନବୀନ ପଟ୍ଟନାୟକ (ମୁଖ୍ୟମନ୍ତ୍ରୀ ),(ସଭାପତି, ବିଜେଡି)
୨- ବେଦ ପ୍ରକାଶ ଅଗ୍ରୱାଲ (ବିଧାୟକ) (ଉପସଭାପତି, ବିଜେଡି )
୩- ଅନଙ୍ଗ ଉଦୟ ସିଂହଦେଓ (ସାଂସଦ) (ଉପସଭାପତି, ବିଜେଡି )
୪- ସୂର୍ଯ୍ୟ ନାରାୟଣ ପାତ୍ର (ମନ୍ତ୍ରୀ) (ଉପସଭାପତି, ବିଜେଡି )
୫- ବିକ୍ରମ କେଶରୀ ଆରୁଖ (ମନ୍ତ୍ରୀ)
୬- ଅଶୋକ ଚନ୍ଦ୍ର ପଣ୍ଡା (ମନ୍ତ୍ରୀ)
୭- ପ୍ରତାପ ଜେନା (ମନ୍ତ୍ରୀ)
୮- ଋମେଶ ଚନ୍ଦ୍ର ମାଝୀ (ମନ୍ତ୍ରୀ)
୯- ପଦ୍ମନାଭ ବେହେରା (ବିଧାୟକ)
୧୦- ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ବିଧାୟକ)
୧୧- ତଥାଗତ ଶତପଥୀ (ସାଂସଦ)
୧୨- ପ୍ରତାପ କେଶରୀ ଦେବ (ସାଂସଦ)
୧୩- ପ୍ରମିଳା ମଲ୍ଲିକ (ବିଧାୟକା)
୧୪- ସିଦ୍ଧାନ୍ତ ମହାପାତ୍ର (ସାଂସଦ)
୧୫- କଳିକେଶ ନାରାୟଣ ସିଂହଦେଓ (ସାଂସଦ)
୧୬- ଅନୁଭବ ମହାନ୍ତି (ସାଂସଦ)
୧୭- ଦେବାଶିଷ ନାୟକ (ବିଧାୟକ)
୧୮- ସଞ୍ଜୀବ ସାହୁ (ବିଧାୟକ)
୧୯- ସମୀର ରଞ୍ଜନ ଦାସ (ବିଧାୟକ)
୨୦- ପୁଷ୍ପେନ୍ଦ୍ର ସିଂ ଦେଓ(ବିଧାୟକ)
୨୧- ରାଜେନ୍ଦ୍ର ସାହୁ (ବିଧାୟକ)
୨୨- ରାସେଶ୍ୱରୀ ପାଣିଗ୍ରାହୀ (ବିଧାୟକା)
୨୩- ରୋହିତ ପୂଜାରୀ (ବିଧାୟକ)
୨୪- ପ୍ରିତୀରଞ୍ଜନ ଘଡାଇ(ବିଧାୟକ)
୨୫- ଉମାକାନ୍ତ ସାମନ୍ତରାୟ (ବିଧାୟକ)
୨୬- ବ୍ରଜ କିଶୋର ପ୍ରଧାନ (ବିଧାୟକ)
୨୭- ସୁଦାମ ମାରାଣ୍ଡି (ବିଧାୟକ)
୨୮- ପ୍ରଶାନ୍ତ ଜଗଦେବ (ବିଧାୟକ)
୨୯- ପ୍ରଣବ ବଳବନ୍ତରାୟ(ବିଧାୟକ)
୩୦- ଅନୁଭବ ପଟ୍ଟନାୟକ (ବିଧାୟକ)
୩୧- ଜ୍ୟୋତି ପ୍ରକାଶ ପାଣିଗ୍ରାହୀ (ବିଧାୟକ)
୩୨- ବୈମୋକେଶ ରୟ (ବିଧାୟକ)
୩୩- କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର (ବିଧାୟକ)
୩୪- ଆକାଶ ଦାସ ନାୟକ (ବିଧାୟକ)
୩୫- ମୁଜିବୁଲ୍ଲା ଖାନ ( ବିଜେଡି ନେତା)
୩୬- ସସ୍ମିତ ପାତ୍ର ( ବିଜେଡି ନେତା)
୩୭- ଅରିନ୍ଦମ ରୟ( ବିଜେଡି ନେତା)
୩୮- କୁନା ତ୍ରିପାଠୀ ( ବିଜେଡି ନେତା)
୩୯- ଶ୍ରୀମୟୀ ମିଶ୍ର ( ବିଜେଡି ନେତ୍ରୀ)
୪୦- ସୁଲୋଚନା ଦାସ( ବିଜେଡି ନେତ୍ରୀ)

bijepurବିଜେପି ମଧ୍ୟ ଏହି ଲଢେଇରେ ପଛରେ ନାହିଁ । ବିଜେଡିର ଷ୍ଟାର ପ୍ରଚାରକଙ୍କୁ ମାତ ଦେବା ପାଇଁ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ପ୍ରଚାରର ମଙ୍ଗ ଧରିବାକୁ ନିଷ୍ପତି ନେଇଛନ୍ତି । ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ବିଜେପୁର ପାଇଁ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି ବୋଲି ଜଣା ପଡିଛି । ବିଜେଡି ଭଳି ବିଜେପି ମଧ୍ୟ ଷ୍ଟାର ପ୍ରଚାରକଙ୍କ ଏକ ଲମ୍ବା ତାଲିକ ପ୍ରସ୍ତୁତ କରିଛି । ଅମିତ ପୂରା ବିଗ୍ରେଡ ସହ ବିଜେପୁର ମୈଦାନକୁ ଓହ୍ଲାଇବେ ।
୧- ଅମିତ ଶାହା (ରାଷ୍ଟ୍ରୀୟ ସଭାପତି, ବିଜେପି)
୨- ଋାମଲାଲ ଜି
୩- ଅରୁଣ ସିଂ (ଓଡ଼ିଶା ପ୍ରଭାରୀ, ବିଜେପି)
୪- ଜୁଏଲ ଓରାମ( କେନ୍ଦ୍ରମନ୍ତ୍ରୀ)
୫- ଧର୍ମେନ୍ଦ୍ର ପ୍ରଧାନ (କେନ୍ଦ୍ରମନ୍ତ୍ରୀ)
୬- ସୌଦାନ ସିଂ
୭- ରାଧାମୋହନ ସିଂ(କେନ୍ଦ୍ରମନ୍ତ୍ରୀ)
୮- ସ୍ମୃତି ଇରାନି (କେନ୍ଦ୍ରମନ୍ତ୍ରୀ)
୯- ଗିରିରାଜ ସିଂ
୧୦- ରାମ କ୍ରିପାଲ ଯାଦବ
୧୧- ବାବୁଲ ସୂୁପ୍ରିୟୋ
୧୨- ସମ୍ବିତ ପାତ୍ର
୧୩- ବସନ୍ତ ପଣ୍ଡା
୧୪- ସାରଦା ପ୍ରସାଦ ଶତପଥୀ
୧୫- ସୁରେଶ ପୂଜାରୀ
୧୬- କେ.ଭି ସିଂହଦେଓ
୧୭- ରାଧାରାଣୀ ପଣ୍ଡା
୧୮- ଜୟ ନାରାୟଣ ମିଶ୍ର
୧୯- ସୁରମା ପାଢୀ
୨୦- ପ୍ରଦୀପ ପୁରୋହିତ
୨୧- ଋବି ନାରାୟଣ ନାୟକ
୨୨- ପ୍ରଭାତୀ ପରିଡା
୨୩- ଲେଖାଶ୍ରୀ ସାମନ୍ତସିଂହାର
୨୪- ମୁକ୍ତା ସାହୁ
୨୫- ବିଶ୍ୱଭୂଷଣ ହରିଚନ୍ଦନ
୨୬- ଗିରିଧର ଗମାଙ୍ଗ
୨୭- ମନମୋହନ ସାମଲ
୨୮- ପ୍ରତାପ ଷଡଙ୍ଗୀ
୨୯- ସମୀର ମହାନ୍ତି
୩୦- ଅଶ୍ୱିନ କୁମାର ଷଡଙ୍ଗୀ
୩୧- ଋଞ୍ଜନ କୁମାର ପଟେଲ
୩୨- ଭୃଗୃ ବକ୍ସୁିପାତ୍ର
୩୩- ଅମିତାଭ ଚକ୍ରବର୍ତ୍ତି
୩୪- ଟଙ୍କଧର ତ୍ରିପାଠୀ
୩୫- ସଙ୍ଗୀତା ସିଂ ଦେଓ
୩୬- ସୁବାଷ ଚୌହାନ
୩୭- ଅରୂପାନନ୍ଦ ସାହୁ
୩୮- ଶ୍ରୀତମ ଦାଶ
୩୯- ପିଙ୍କି ପ୍ରଧାନ
୪୦- ମିହିର ଦାସ
ସବୁଠୁ ବଡ କଥା ହେଲା ବିଜେପୁର ପ୍ରଚାର ମୈଦାନକୁ ଦୁଇ ହେଭିୱେଟ ଓହ୍ଲାଉଛନ୍ତି । ଜଣେ ବିଜେଡିର ତ୍ରାଣକର୍ତ୍ତା ହୋଇଥିବା ବେଳେ ଅନ୍ୟଜଣେ ବିଜେପି ରାଜନୀତିର ଚାଣକ୍ୟ । ତେଣୁ ବିଜେପୁର ବାସୀ ଏହି ଦୁହିଁଙ୍କ ମଧ୍ୟରୁ କାହାକୁ ଗ୍ରହଣ କରିବେ ତାହା ଉପରେ ଏବେ ସମସ୍ତଙ୍କର ନଜର । ବିଜେଡି ଓ ବିଜେପି ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଥିବା ବେଳେ କଂଗ୍ରେସ ଏବେ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରୁଛି ।