ପୁଣି ଚଢ଼ିବ ଆଇପିଏଲ୍ ଫିଭର: ୨୦୨୦ ସିଜନ ପାଇଁ ଡିସେମ୍ବର ୧୯ରେ ହେବ ଖେଳାଳିଙ୍କ ନିଲାମୀ; ଜାଣନ୍ତୁ କାହାକୁ ଛାଡ଼ିବେ କାହାକୁ ରଖିବେ ଫ୍ରାଞ୍ଚାଇଜ୍ ?

ଯୁବରାଜ ସିଂଙ୍କୁ ଛାଡ଼ିଲା ମୁମ୍ବାଇ ଇଣ୍ଡିଆନ୍ସ; ମୋହିତ ଶର୍ମାଙ୍କ ଅକ୍ସନ ପାଇଁ ସୁଯୋଗ ଦେଲା ଚେନ୍ନାଇ ସୁପର କିଙ୍ଗସ୍

4,728

କନକ ବ୍ୟୁରୋ: ଆଇପିଏଲ -୨୦୨୦ ସିଜନ ପାଇଁ ଡିସେମ୍ବର ୧୯ରେ ଖେଳାଳି ନିଲାମ ହେବ । ହେଲେ ତାପୂର୍ବରୁ ବିଭିନ୍ନ ପ୍ରାଂଚାଇଜ୍ କିଛି ଖେଳାଳିଙ୍କୁ ନିଜ ପାଖରେ ରଖିବା ସହ ଅନ୍ୟମାନଙ୍କୁ ନିଲାମ କରିବା ପାଇଁ ମୁକ୍ତ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଯୁବରାଜ ସିଂହଙ୍କୁ ନିଲାମ ପାଇଁ ଛାଡିଛି । ସେହିପରି ଚେନ୍ନାଇ ସୁପର କିଙ୍ଗ ମୋହିତ ଶର୍ମାଙ୍କୁ ଛାଡିଛି । କିଙ୍ଗ୍ ଇଲେଭେନ ପଂଚାବ ଡାଭିଡ ମିଲରଙ୍କୁ ଛାଡିଥିବା ବେଳେ କୋଲକାତା ନାଇଟ୍ ରାଇଡର ପିୟୁଶ ଚାଓଲା ଓ ରବିନ ଉଥପା ପରି ଖେଳାଳିଙ୍କୁ ମୁକ୍ତ କରିଛି । ରାଜସ୍ଥାନ ରୟାଲ୍ସ ଜୟଦେବ ଉନଦକଟଙ୍କୁ ଛାଡିଥିବା ବେଳେ ଆରସିବି ଡେଲ ଷ୍ଟେନ୍ ଓ ଟିମ୍ ସାଉଥିଙ୍କୁ ବାଦ୍ ଦେଇଛି । ସନରାଇଜର୍ସ ହାଇଦ୍ରାବାଦ ସକିବ ଅଲ ହସନ, ୟୁସୁଫ୍ ପଠାନଙ୍କୁ ଦଳରୁ ବାଦ୍ ଦେଇଛି ।

ଚେନ୍ନାଇ ସୁପରକିଙ୍ଗ୍ସ ୬ ଜଣ, ଦିଲ୍ଲୀ କ୍ୟାପିଟାଲ୍ସ ୯ ଜଣ, କିଙ୍ଗ୍ ଇଲେଭେନ୍ ପଂଜାବ ୭ ଜଣ ଖେଳାଳିଙ୍କୁ ଦଳରୁ ବାଦ୍ ଦେଇଛି । ଅନ୍ୟପଟେ କେକେଆର ୧୧ ଜଣ, ମୁମ୍ବାଇ ଇଣ୍ଡିଆନ୍ସ ୧୦ ଜଣ, ରାଜସ୍ଥାନ ରୟାଲ୍ସ ୧୧ଜଣ, ଆରସିବି ୧୨ ଜଣ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ମାତ୍ର ୫ ଜଣ ଖେଳାଳିଙ୍କୁ ମୁକ୍ତ କରିଛନ୍ତି । ଏମ ଏସ ଧୋନୀ, ସୁରେଶ ରାଇନା, ଶିଖର ଧବନ, ପୃଥ୍ୱୀ ସ, କେଏଲ ରାହୁଲ, ମହମ୍ମଦ ସାମି, ଦିନେଶ କାର୍ତିକ, ରୋହିତ ଶର୍ମା, ହାର୍ଦିକ ପାଣ୍ଡ୍ୟା, ବୁମ୍ରା ପରି ପ୍ରମୁଖ ଖେଳାଳି ନିଜି ନିଜ ପୂର୍ବ ଦଳରେ ରହିଛନ୍ତି । ଆସନ୍ତା ମାସରେ ପ୍ରଥମ ଥର ପାଇଁ ଖେଳାଳି ନିଲାମ ବାଂଗାଲୁରରେ ନହୋଇ କୋଲକାତାରେ ହେବା ପାଇଁ ସ୍ଥିର ହୋଇଛି ।