ମାଲ୍ୟାଙ୍କ ଘରେ ସୁନାର ପାଇଖାନା: ମଦ ସମ୍ରାଟଙ୍କ ଲଣ୍ଡନ ସ୍ଥିତ ଘରେ ରହିଛି ଗୋଲ୍ଡେନ୍ ଟଏଲେଟ୍, ଲେଖକ ଦେଖିଥିବା କଲେ ଦାବି

52

କନକ ବ୍ୟୁରୋ: ସୁବବେଳେ ବିଳାସପୂର୍ଣ୍ଣ ଜୀବନଯାପନ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି ବିଜୟ ମାଲ୍ୟା । ଭାରତୀୟ ବ୍ୟାଙ୍କଗୁଡିକରେ ୯ ହଜାର କୋଟି ଟଙ୍କାରୁ ଅଧିକ ପରିମାଣର ଋଣ ପରିଶୋଧ ନ କରି ବିଜୟ ମାଲ୍ୟା ଲଣ୍ଡନ ପଳାଇଛନ୍ତି । ତାଙ୍କ ବିଳାସପୂର୍ଣ୍ଣ ଜୀବନ ବିଷୟରେ ଏବେ ନୂଆ ତଥ୍ୟା ସାମ୍ନାକୁ ଆସିଛି ।

 

 

ତାଙ୍କର ଲଣ୍ଡନସ୍ଥିତ ଘରେ ସୁନାର ପାଇଖାନା ରହିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଲେଖକ ଜେମ୍ସ କ୍ରାବଟି ଏହି ଖବର ପଦାକୁ ଆଣିଛନ୍ତି । ଲି କୁଆନ୍ ୟୁ ସ୍କୁଲ୍ରେ ଆସୋସିଏଟ୍ ପ୍ରଫେସର ଥିବା ଶ୍ରୀ କ୍ରାବ୍ଟ୍ରି ମୁମ୍ବାଇରେ ଚଳିତ ସପ୍ତାହରେ ଏକ କାର୍ୟ୍ୟକ୍ରମରେ ଯୋଗଦେବା ଅବସରରେ ଏହି ସୂଚନା ଦେଇଛନ୍ତି । ସେ ଦାବି କରିଛନ୍ତି, ମାଲ୍ୟାଙ୍କ ଘରକୁ ଯିବା ଅବସରରେ ସେ ଏହି ସୁନାର ପାଇଖାନା ଦେଖିଛନ୍ତି ।