ସୁସ୍ଥ ଖାଦ୍ୟାଭ୍ୟାସ ପାଇଁ ଖାଦ୍ୟ ନିୟାମକଙ୍କ ବଡ ପଦକ୍ଷେପ । ରେଷ୍ଟୁରାଣ୍ଟ ଗୁଡିକ ଖାଦ୍ୟ ସାମଗ୍ରୀର କ୍ୟାଲୋରୀର ସୂଚନା ମେନ୍ୟୁରେ ଦିଅନ୍ତୁ : FSSAI

44

ଦେଶର ଖାଦ୍ୟ ନିୟାମକଙ୍କ କହିବାନୁସାରେ, ରେଷ୍ଟୁରାଣ୍ଟ ଗୁଡିକ ଗ୍ରାହକଙ୍କୁ ପରସା ଯାଉଥିବା ଖାଦ୍ୟ ଆଇଟମ୍ ରୁ ମିଳୁଥିବା କ୍ୟାଲୋରୀର ସୂଚନା ନିଜର ମେନ୍ୟୁ ବା ଖାଦ୍ୟ ତାଲିକାରେ ଦେବା ଉଚିତ୍ । ନିୟାମକ କହିଛନ୍ତି କି ଏହା ଦ୍ୱାରା ଶରୀର ପାଇଁ ସୁରକ୍ଷିତ ଖାଦ୍ୟ ପାନୀୟକୁ ପ୍ରୋତ୍ସାହନ ମିଳିବ । ରେଷ୍ଟୁରାଣ୍ଟ ଗୁଡିକର କହିବାନୁସାରେ, ଏହା ତାଙ୍କ ପାଇଁ ବଡ ଚ୍ୟାଲେଂଜ କାହିଁକିନା ସମସ୍ତ ଖାଦ୍ୟ ସାମଗ୍ରୀର କୈାଣସି ସାଧାରଣ ମାନ ନଥାଏ । ଏମିତିରେ ସେଥିରୁ ମିଳୁଥିବା କ୍ୟାଲୋରୀ ସ୍ଥିର କରିବା ମୁସ୍କିଲ ହେବ ।

ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅର୍ଥାତ୍ ଏଫଏସଏସଏଆଇ ର ମୁଖ୍ୟଙ୍କ କହିବାନୁସାରେ, ଏହି ଖାଦ୍ୟ କମ୍ପାନୀ କିଛି ଏମିତି କରିବା ପାଇଁ ପ୍ରେରିତ କରିବାର ଏକ ଉପାୟ, ଯାହା ଦେଶର ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଠିକ୍ ହେବ । ଏହି ପଦକ୍ଷେପ ‘ଇଟ୍ ରାଇଟ୍ ମୁଭମେଣ୍ଟ’ ର ଅଂଶ ବିଶେଷ ।

ରେଷ୍ଟୁରାଣ୍ଟ ଗୁଡିକର ଖାଦ୍ୟ ପାନୀୟକୁ ସୁରକ୍ଷିତ ଓ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ଗତିବିଧିକୁ ପ୍ରୋତ୍ସାହିତ କରିବାକୁ ପଡିବ ଓ ମେନ୍ୟୁର ଲେଭେଲିଙ୍ଗ ଠିକ୍ ଉପାୟରେ କରିବାକୁ ପଡିବ । କାହିଁକିନା ଗ୍ରାହକ ପର୍ଯ୍ୟାପ୍ତ ସୂଚନା ଆଧାରରେ ନିଜ ପସନ୍ଦର ଖାଦ୍ୟ ସାମଗ୍ରୀ ବାଛିପାରିବେ ।

FSSAI ଭେଜିଟେବଲ ଓଏଲ, ଭେଜିଟେବଲ ଫ୍ୟାଟ ଓ ହାଇଡ୍ରୋଜେନେଟେଡ୍ ଓଏଲରେ ଟ୍ରାନ୍ସ ଫ୍ୟାଟ୍ ଅଧିକତର ମାତ୍ରାକୁ ଓଜନ ଆଧାରରେ ୨ ପ୍ରତିଶତ ପର୍ଯ୍ୟନ୍ତ ସୀମିତ କରିବାର ପ୍ରସ୍ତାବ ବି କରିଛନ୍ତି । ଏହି ପଦକ୍ଷେପ ବର୍ଷ ୨୦୨୨ ପର୍ଯ୍ୟନ୍ତ ଦେଶକୁ ଟ୍ରାନ୍ସ ଫ୍ୟାଟ୍ ମୁକ୍ତ ବନାଇବାର ଲକ୍ଷ୍ୟ ମୁତାବକ ଉଠାଯାଇଛି ।