ଆପଣଙ୍କ ଓଜନକୁ ନେଇ ଚିନ୍ତିତ ଅଛନ୍ତି କି ! ଫଳ ରସ ପିଅନ୍ତୁ, ବିନା ପରିଶ୍ରମରେ ମଧ୍ୟ ହ୍ରାସ ହୋଇଯିବ ଓଜନ ।

74

ଯଦିଓ ଓଜନ କମାଇବା ପାଇଁ ଫଳରସ ଡାଏଟ୍ ଅତି ସାଧାରଣ ହୋଇଗଲାଣି, ତଥାପି ବି ଏହି ଡାଏଟ୍ ସମକକ୍ଷ ଆଉ କିଛି ନାହିଁ । ବେଳେ ବେଳେ କିନ୍ତୁ ଏହା ଦୀର୍ଘ ସ୍ଥାୟୀ ହୋଇନଥାଏ । ତେବେ, ଚାଲନ୍ତୁ ଜାଣିବା କେଉଁଭଳି ଭାବେ ଫଳ ରସ ପିଇବା ଦ୍ୱାରା ଆମ ଓଜନ ହ୍ରାସର ପ୍ରଭାବ ଦୀର୍ଘ ଦିନ ପର୍ୟ୍ୟନ୍ତ ରହିପାରିବ ।

ଡାଇଟିସିଆନମାନେ ଖାଇବା ପୂର୍ବରୁ ଫଳ ରସ ପିଇବାକୁ ପରାମର୍ଶ ଦେଇଥାନ୍ତି। ଖାଇବା ପୂର୍ବରୁ ଫଳରସ ପିଇବା ଦ୍ୱାରା ଖାଦ୍ୟ ଖାଇବାର ପରିମାଣ ଟିକେ କମ୍ ହୋଇଥାଏ । ମାତ୍ର ଫଳ ରସ ପିଇଥିବା ହେତୁ ଆଉ ଭୋକ ବି ହୁଏ ନାହିଁ। ପରୋକ୍ଷ ଭାବେ ଆମେ ଆମର ଖାଦ୍ୟର ପରିମାଣ କମ୍ କରିଥାନ୍ତି । ସକାଳ ଜଳଖିଆ ପୂର୍ବରୁ ମନେ କରି ଫଳ ରସ ପିଅନ୍ତୁ। ଡାକ୍ତରଙ୍କ କହିବା ଅନୁଯାୟୀ ଦିନକୁ ୩ ପ୍ରକାର ଭିନ୍ନ ଫଳ ରସ ଭିନ୍ନ ଭିନ୍ନ ସମୟରେ ପିଅନ୍ତୁ । ଏହା ଓଜନ କମାଇବାରେ ଖୁବ୍ ସହାୟ ହୋଇଥାଏ । ପ୍ରଥମରୁ ୨୦୦ଏମଏଲ୍ ଫଳ ରସ ପିଇବା ଆରମ୍ଭ କରନ୍ତୁ। ଧୀରେ ଧୀରେ ଏହାକୁ ବଢ଼ାଇ ୨୫ ରୁ ୩୦୦ ଏମଏଲ୍ କରନ୍ତୁ। ଯେତେ ଅଧିକ ଫଳ ରସ ପିଇବେ ଦେହପାଇଁ ସେତେ ଭଲ ।

ଡାଇଟିସିଆନମାନେ ଆହୁରି ପରାମର୍ଶ ଦିଅନ୍ତି କି ସକାଳ ଜଳଖିଆ ବଦଳରେ ଫଳ କିମ୍ବା ପରିବା ଜୁସ୍ ପିଇବା ଖୁବ୍ ଭଲ ହୋଇଥାଏ । ଏହା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଓଜନ ନିୟନ୍ତ୍ରଣରେ ରହିଥାଏ । ଅନେକ ଲୋକେ ଫଳକୁ ରସ କରି ପିଇବା ଅପେକ୍ଷା ସିଧା ଫଳ ଖାଇବାକୁ ଶ୍ରେୟ ମନେ କରନ୍ତି। ମାତ୍ର ମନେରଖନ୍ତୁ ହଜମ ପାଇଁ କିନ୍ତୁ ଫଳ ଅପେକ୍ଷା ଫଳ ରସ ଉତ୍ତମ ହୋଇଥାଏ।