ଆଜିଠାରୁ ଆରମ୍ଭ ହୋଇଛି ମ୍ୟାଟ୍ରିକ ପରୀକ୍ଷା । ୫ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା, ସୁରକ୍ଷା ପାଇଁ କେନ୍ଦ୍ରରେ ଲଗାଯାଇଛି ସିସିଟିଭି

ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା

145

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି ପରିକ୍ଷାର୍ଥୀ । ପରୀକ୍ଷା ବେଳେ କପି ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ପରୀକ୍ଷା କେନ୍ଦ୍ରକୁ କପି ନଆଣିବାକୁ ମାଇକ ଯୋଗେ ଘୋଷଣା କରାଯାଇଛି । କପି ଆଣିଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଆଡମିଟ କାର୍ଡ ଓ କ୍ୟାମ୍ପସ ବକ୍ସ ବ୍ୟତିତ ଅନ୍ୟ କୌଣସି ଜିନିଷ ପରିକ୍ଷାର୍ଥୀ ହଲ୍ ଭିତରକୁ ନେଇପାରିବେ ନାହିଁ । ଏପରିକି ସାଧା ପେପର ମଧ୍ୟ ରଖିବାକୁ ବାରଣ କରାଯାଇଛି ।

odisha-matric-exam
image courtesy-http://static.dnaindia.com

ପରୀକ୍ଷା ସୁପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ସାରା ରାଜ୍ୟରେ ପରୀକ୍ଷାକୁ ନେଇ ପିଲାମାନଙ୍କ ମଧ୍ୟରେ ଉତ୍ସାହ ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଢେଙ୍କାନାଳରେ ମଧ୍ୟ ମ୍ୟାଟ୍ରିକ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । କେବଳ ଢେଙ୍କାନାଳ ନୁହେଁ ଗଂଜାମରେ ମଧ୍ୟ ଚାଲିଛି ପରୀକ୍ଷା । ୨୫୦ ପରୀକ୍ଷା କେନ୍ଦ୍ରରେ ପାଖାପାଖି ୫୨ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଯେପରି ପରୀକ୍ଷାରେ କୌଣସି ତ୍ରୁଟି ହେବା ନାହିଁ ସେନେଇ ପରୀକ୍ଷା କର୍ତୃପକ୍ଷ ମଧ୍ୟ ଧ୍ୟାନ ରଖିଥିବା ଜଣାପଡିଛି ।