ଆଜିଠାରୁ ଉପକୂଳ ଓଡିଶାରେ ହୋଇପାରେ ଘନ କୁହୁଡି । ସେପଟେ ୫ ସହରର ତାପମାତ୍ରା ୩୪ ଡିଗ୍ରୀ ଉପରେ

ଆଜିଠାରୁ ଉପକୂଳ ଓଡିଶାରେ ହୋଇପାରେ ଘନ କୁହୁଡି

82

କନକ ବ୍ୟୁରୋ :ବଢ଼ୁଛି ଦିନର ତାତି। ଭୁବନେଶ୍ବର, ମାଲକାନଗିରି ପରେ କଟକ, ଅନୁଗୁଳ ଓ ସୋନପୁରର ସର୍ବୋଚ୍ଚ ତାପମାତ୍ରା ୨୪ ଡିଗ୍ରି ଟପିଛି। ୭ ତାରିଖଠାରୁ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। ହେଲେ ରାଜ୍ୟର କୌଣସି ବି ସହରରେ ବର୍ଷା ହୋଇ ନଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଉପକୂଳ ଓଡ଼ିଶାରେ କୁହୁଡ଼ିକୁ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଖୋର୍ଧା ସମେତ ପୁରୀ, ଜଗତ୍ସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ଯାଜପୁରରେ ଘନ କୁହୁଡ଼ି ଲାଗିରହିବ। ମଧ୍ୟ ରାତ୍ରିରୁ ସକାଳ ୮ଟା ପର୍ଯ୍ୟନ୍ତ କୁହୁଡ଼ି ହେବ। ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଯୋଗୁଁ ରାସ୍ତା ଠିକ୍ ଭାବେ ଦୃଶ୍ୟମାନେ ହେବ ନାହିଁ। ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଅର୍ଧାଧିକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ। ୯ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ହାଲକା କୁହୁଡ଼ି ପଡ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।