କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । ଦଶମ ଶ୍ରେଣୀରେ ୮ ଲକ୍ଷ ୮୬ ହଜାର ୫୦୬ ଜଣ ପରୀକ୍ଷାର୍ଥୀ ଥିବା ବେଳେ ୧୦ ଲକ୍ଷ ୯୮ ହଜାର ୯୮୧ ଜଣ ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେଉଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସିବିଏସଇ ଦଶମ ବୋର୍ଡ ପରୀକ୍ଷା ପାଇଁ ସାରା ଦେଶରେ ୧୬ ହଜାର ୩୬୩ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ୧୦ ହଜାର ୬୭୮ ପରୀକ୍ଷା କେନ୍ଦ୍ରରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଚାଲିଛି । ପରୀକ୍ଷା ପାଇଁ ତ୍ରିସ୍ତରୀୟ ସ୍ୱାଡ ବ୍ୟବସ୍ଥା କରାଯାଇଛି ।
ଆଜି ପ୍ରଥମ ଦିନରେ ଇଂରାଜୀ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ସକାଳ ସାଢେ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଦିନ ସାଢେ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଅଧିକାଂଶ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଥିବା ସୂଚନା ଦେଇଛନ୍ତି ସିବିଏସଇ ସଂଯୋଜକ ।