ଆଜିଠାରୁ ନକ୍ସଲ ଦେଇଛନ୍ତି ଭାରତ ବନ୍ଦ ଡାକରା ! ସୀମାରେ ପୋଲିସ ପକ୍ଷରୁ ହାଇଆଲର୍ଟ

ଆଜିଠାରୁ ସପ୍ତାହେ ବ୍ୟାପୀ ବନ୍ଦ ପାଳନ ପାଇଁ ଡାକରା ଦେଇଛନ୍ତି ନକ୍ସଲ

89

କନକ ବ୍ୟୁରୋ : ଆଜିଠାରୁ ସପ୍ତାହେ ବ୍ୟାପୀ ବନ୍ଦ ପାଳନ ପାଇଁ ଡାକରା ଦେଇଛନ୍ତି ନକ୍ସଲ। ଏହାକୁ ଦୃଷ୍ଟିରେ ରଖି ୨୫ରୁ ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ୧୭ଟି ରୁଟେର ୨୫ଟି ବସ ଚଳାଚଳକୁ ବନ୍ଦ କରାଯାଇଛି।ପ୍ରକାଶଯୋଗ୍ୟ, ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳ ସମେତ ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ କୋଣ୍ଟା ବ୍ଲକର ଆଭ୍ୟନ୍ତରୀୟ ଅଂଚଳରେ ନକ୍ସଲଙ୍କ ପକ୍ଷରୁ ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି। ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସୀମାରେ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି।

ସନ୍ଦିଗ୍ଧ ଗତିବିଧି ଉପରେ ବିଏସଏଫ ନଜର ରଖିଛି। ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ସେହିଭଳି ସମସ୍ତ ସୀମାନ୍ତ ଥାନା ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି ବୋଲି ସୂଚନା ମିଳିଛି। ୧୭ଟି ରୁଟର ୨୫ଟି ସରକାରୀ ବସ୍ ଚଳାଚଳକୁ ବାତିଲ୍ କରାଯାଇଛି ବୋଲି ଡିଟିଏମ୍ ନିହାର ରଂଜନ ପରିଡା କହିଛନ୍ତି।