ଆଗାମୀ ୧୧ ତାରିଖରୁ ପୁଣି ଫେରିବ ତାତି ! ପାଣିପାଗ ବିଭାଗର ପୂର୍ବାନୁମାନ

21

କନକ ବ୍ୟୁରୋ : ଆଗାମୀ ୧୧ ତାରିଖରୁ ପୁଣି ଫେରିବ ତାତି । ଉପକୂଳରୁ ବର୍ତମାନ ବହୁଥିବା ଦକ୍ଷିଣ-ପଶ୍ଚିମ ପବନ କମିଲେ ବଢିବ ଉତ୍ତାପ । ତେବେ ୯ରେ ଉତ୍ତର ଓ ୧୦ରୁ ଦକ୍ଷିଣ ଓ ଉତ୍ତର ଓଡିଶାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଂଚଳକି ପାଣିପାଗ ବିଭାଗ । ୧୧ ତାରିଖରୁ ତାତି ଧିରେଧିରେ ବଢିବ ଓ ୩ରୁ ୪ଦିନ ଏଭଳି ପାଗ ରହିପାରେ । ପଶ୍ଚିମ ଓଡିଶାର କେତେକ ସ୍ଥାନରେ ପାରଦ ୪୨ ଡିଗ୍ରୀ ଟପିପାରେ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ ।