ଆଧାର କାର୍ଡ଼ ତିଆରି କରିନାହାନ୍ତି କି ? ଚିନ୍ତା କରନ୍ତୁ ନାହିଁ, ଡାକଘରେ ତିଆରି କରିପାରିବେ ଆଧାର କାର୍ଡ଼

58

ଆଧାର କାର୍ଡ଼ ଦିନକୁ ଦିନ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବାରେ ଲାଗିିଛି । ସରକାରଙ୍କ ପ୍ରାୟ ସମସ୍ତ ଯୋଜନାର ଲାଭ ଉଠାଇବା ପାଇଁ ଲୋକଙ୍କ ପାଖରେ ଆଧାର କାର୍ଡ଼ ରହିବା ଜରୁରୀ ହୋଇଗଲାଣି । ଆଧାର କାର୍ଡ ବାଧ୍ୟତାମୂଳକ ବୋଲି ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି । ଫୋନ ନମ୍ବର ସହ ହେଉ କିମ୍ବା ରାସନ ମିଳିବା ପରି ସାଧାରଣ କାମ ପାଇଁ ମଧ୍ୟ ଆଧାର କାର୍ଡ଼କୁ ବାଧ୍ୟତାମୂଳକ କରାଯାଇଛି । ଯାହା ଫଳରେ ଆଧାର କାର୍ଡକୁ ସବୁ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦିଖାଯାଉଛି । ତେବେ ଏବେବି ଅନେକ ଲୋକ ଆଧାର କାର୍ଡ ପାଇବାରୁ ବଂଚିତ ଅଛନ୍ତି । ତେବେ ଏହି ଅସୁବିଧାରୁ ରକ୍ଷା ପାଇବା ପାଇଁ ଏବେ ସରକାର ପୋଷ୍ଟ ଅଫିସରେ ସ୍ୱତନ୍ତ୍ର କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏବେ ପୋଷ୍ଟ ଅଫିସରେ ଷ୍ପିଡ ପୋଷ୍ଟ, ରେଜିଷ୍ଟ୍ରି ଓ ଅନ୍ୟ କାମ ସହ ଆଧାର କାର୍ଡକୁ ମଧ୍ୟ ସଂଯୋଗ କରାଯିବ । ମାର୍ଚ୍ଚ ଶେଷ ସପ୍ତାହ ମଧ୍ୟରେ ସହରର ସବୁ ପୋଷ୍ଟ ଅଫିସଗୁଡିକରେ ଏହାର ସୁବିଧା ବ୍ୟବସ୍ଥା କରାଯିବ ।

POST-OFFICE

ପୋଷ୍ଟାଲ ବିଭାଗର ସୂଚନା ଅନୁସାରେ ଏନେଇ କାମ ଆରମ୍ଭ କରି ହୋଇଯାଇଛି । ଖୁବଶିଘ୍ର ସମସ୍ତ ମୁଖ୍ୟ ଡାକଘର ଓ ଉପ-ଡାକଘରେ ଏହାର ବ୍ୟବସ୍ଥା କରାଯିବ । ତେବେ ଜାମସେଦପୁରର ଏକ ଡାକଘରେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । କେବଳ ଯେ ଡାକଘରେ ଆଧାର କାର୍ଡ଼ ତିଆରି ହେବ ତା’ନୁହେଁ ଡାକଘରେ ଆଧାର କାର୍ଡକୁ ସଂଶୋଧନ କରିବା ପାଇଁ ମଧ୍ୟ ସୁବିଧା ଉପଲବ୍ଧ କରାଯିବ । ଉପ ଡାକଘର ପରେ ଶାଖା ଡାକଘରେ ମଧ୍ୟ ଆଧାର କାର୍ଡ କେନ୍ଦ୍ର ଖୋଲିବା ବ୍ୟବସ୍ଥା କରାଯିବ । ମୁଖ୍ୟାଳୟରେ ଆଧାରକାର୍ଡ ତିଆରି ସମ୍ବନ୍ଧିତ ସମସ୍ତ ଉପକରଣକୁ ପରୀକ୍ଷା ଶେଷକରାଯାଇଛି । ଡାକ ଅଧ୍ୟକ୍ଷକଙ୍କ ଦେଖାଶୁଣା ପାଇଁ କର୍ମଚାରୀୟ ପାଇଁ ସ୍କାନର ଓ ଆଇଲେନସ କିମ୍ବା ବାୟୋମେଟ୍ରିକ କ୍ୟାସ କାମ କରିବ । ଏଥିପାଇଁ ଟ୍ରେନିଂ ମଧ୍ୟ ଦିଆଯାଉଛି ।

ଗ୍ରାମାଂଚଳରେ ମଧ୍ୟ ଏହି ବ୍ୟବସ୍ଥା ଉପଲବ୍ଧ ହେବ !
ଆଧାର କାର୍ଡ ବନେଇବା ପାଇଁ କୌଣସି ପ୍ରକାର ଅସୁବିଧା ନ ହେଉ ସେଥିପାଇଁ ସହର ବ୍ୟତୀତ ଗ୍ରାମାଂଚଳରେ ଥିବା ଡାକଘରେ ମଧ୍ୟ ଏହି ସୁବିଧା ଖୁବ ଶିଘ୍ର ଉପଲବ୍ଧ କରାଯିବ । ତେବେ ଗ୍ରାମୀଣ ଡାକଘରେ ଲୋକେ ମାର୍ଚ୍ଚ ମାସ ଠାରୁ ଆଧାର କାର୍ଡର ବ୍ୟବସ୍ଥା ପାଇ ପାରିବେ । ଏହାବ୍ୟତୀତ ଖୁବ ଶିଘ୍ର ମୁଖ୍ୟ ଡାକଘରେ ଇଣ୍ଡିଆନ ପେମେଂଟ ପୋଷ୍ଟ ବ୍ୟାଙ୍କ ଖୋଲା ଯିବ । ଏହାର କାମ ଜୋରସୋରରେ ଚାଲିଛି । ଏହାକୁ ଖୋଲିବା ପାଇଁ ଭିନ୍ନ ସ୍ୱତନ୍ତ୍ର କେନ୍ଦ୍ର ଖୋଲାଯାଇଛି ।