୨୧ରୁ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା : ଲଘୁଚାପ ପ୍ରଭାବରେ ପଶ୍ଚିମବଂଗ ଓ ଓଡ଼ିଶା ଉପକୂଳ ରହିବ ଅଶାନ୍ତ

42

କନକ ବ୍ୟୁରୋ : ଜୁଲାଇ ୨୧ରୁ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଶନିବାର ଠାରୁ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ପଶ୍ଚିମବଂଗ ଓ ଓଡ଼ିଶା ଉପକୂଳ ଅଶାନ୍ତ ରହିବ ।

ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ ଆଜି ଓ ଆସନ୍ତାକାଲି ଓଡ଼ିଶାରେ ସେମିତି ବର୍ଷା ନାହିଁ । କେବଳ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ନହେଲେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି । ତେବେ ୨୧ରୁ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୩ରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ୨୫ ପରେ ପାଗରେ ପରିବର୍ତନ ଆସିବ ବୋଲି ଆକଳନ କରାଯାଇଛି ।