ବଲାଙ୍ଗିରରୁ ବିଶ୍ୱବ୍ୟାଙ୍କ ! ସମଗ୍ର ବିଶ୍ୱକୁ ଅର୍ଥନୀତିର ସଂଜ୍ଞା ବୁଝାଇଲେ ଓଡିଆ ପୁଅ

29

ତାଙ୍କ ବାପା ଚାହୁଁଥିଲେ ଦିଲିପ ଜଣେ ପୋଷ୍ଟମାଷ୍ଟର ହୋଇ ସାଧାରଣ ଜୀବନ ଅତିବାହିତ କରୁ । କିନ୍ତୁ ଦିଲିପଙ୍କ ଆଖିରେ ଥିଲା ଅସୁମାରୀ ସ୍ୱପ୍ନ । ସେଯେତେବେଳେ ବଲାଙ୍ଗିର ସିନେ୍ଧକଲା ଗାଁ ରୁ ୧୫୦ କିଲୋମିଟର ଦୂର ସମ୍ବଲପୁର ଗଙ୍ଗାଧର ମେହେର କଲେଜକୁ କଲେଜ ପଢିବା ପାଇଁ ଯାଇଥିଲେ ସେତେବେଳେ ସେ ଭାବିଥିଲେ ତାଙ୍କ ଆଗରେ ସାରା ବିଶ୍ୱ ଖୋଲା ରହିଛି । ତେଣୁ ସେ ସେଠାରେ ଅଟକି ରହିବା ପାଇଁ ଚାହୁଁନଥିୁଲେ ।
କଳାହାଣ୍ଡି, ବଲାଙ୍ଗିର, କୋରାପୁଟରେ ବହୁ ସଂଖ୍ୟକ ଲୋକ ଦାଦନ ଖଟିବାକୁ ଯିବାର ନଜିର ରହିଛି ।

ଦିଲିପ ଆଜି ସେହିଭଳି ଦାଦନ ପ୍ରପଡୀତ ଅଂଚଳରୁ ଯାଇ ସାରା ବିଶ୍ୱର ଲୋକଙ୍କୁ ସେମାନଙ୍କ ଅର୍ଥନୈତିକ ସ୍ଥିତି ବିଷୟରେ ବୁଝାଉଛନ୍ତିା ଜଣେ ଅଗ୍ରଣୀ ଅର୍ଥନୀତୀଜ୍ଞ ଭାବେ ଦିଲିପ ଦୁନିଆରେ ନିଜ ମହତ୍ୱ ବଢାଇଛନ୍ତି । ୧୯୭୦ ଦଶକରେ ଗାଁ ଛାଡିଥିବା ଦିଲିପ ଏତେ ଉପରକୁ ଯିବେ ବୋଲି ତାଙ୍କ ଗାଁ ରେ କେହି ବି କଳ୍ପନା କରିନଥିଲେ ।

ଦିଲିପଙ୍କ ବାପା ଗୋପାଳ ରଥ ରାଜସ୍ୱ ବିଭାଗର ଜଣେ ତଳ ସ୍ତରର କର୍ମଚାରୀ ଥିଲେ । ତାଙ୍କ ଦରମାରେ ଦିଲିପ ଓ ତାଙ୍କ ଭାଇଭଉଣୀଙ୍କ ପାଠପଢା ବୁଝିବା ସମ୍ଭବପର ନଥିଲା । ତେଣୁ ସେ ଯେତେବେଳେ ସମ୍ବଲପୁର ଯାଇଥିଲେ ସେତେବେଳେ ସେ ନିଜେ ରୋଜଗାର କରି ପାଠପଢିବେ ବୋଲି ଭାବିଥିଲେ । ଦଶମ ଶ୍ରେଣୀ ପରୀକ୍ଷାରେ ବୃତି ପାଇଥିବା ଦିଲିପ ନିଜେ ଟିଉସନ କରି ପାଠପଢିବା ସହିତ ଅନ୍ୟ ଭାଇଭଉଣୀଙ୍କ ପାଠପଢାରେ ସାହାଯ୍ୟ କରିଥିଲେ ।

ଦିଲିପ ଭଲ ପଢୁଥିବା ଦେଖି ତାଙ୍କ ବାପା ପୋଷ୍ଟମାଷ୍ଟର ଚାକିରି କରି ସୁନ୍ଦରଜୀବନ ବଂଚିବା ପାଇଁ ଚାହୁଁଥିଲେ ବୋଲି କହିଥିଲେ ଦିଲିପ । ଜିଏମ କଲେଜରୁ କଟକ ରେଭେନସା ବିଶ୍ୱବିଦ୍ୟାଳୟ ଏବଂ ସେଠାରୁ ଦିଲ୍ଲୀ ଜେଏନୟୁ ବିଶ୍ୱବିଦ୍ୟାଳୟର ସଂଘର୍ଷମୟ ଯାତ୍ରା ବିଷୟରେ କହିଥିଲେ । ସେ ଦିଲ୍ଲୀର ଆଇଆଇଏସରେ ପିଏଚଡି କରିଥିଲେ । ତାପରେ ଦିଲିପ କ୍ରେଡିଟ ଏଗ୍ରିକୋଲରେ ଏସିଆର ଆଂଚଳିକ ଅର୍ଥନୀତୀଜ୍ଞ ଭାବେ କାମ କରିଥିଲେ । ଆଇଆଇଏମ ଅହମ୍ମଦାବାଦରେ ଅଧ୍ୟାପକ ଏବଂ ପଲିସ ମେକର ଭାବେ କାମ ନିର୍ବାହ କରିଥିଲେ । ତାପରେ ତାଙ୍କର ବିଶ୍ୱବ୍ୟାଙ୍କ ଅଭିମୁଖେ ଅଗ୍ରସର ହୋଇଥିଲେ ।

ଦଶନ୍ଧି ଦଶନ୍ଧି ଧରି ଗାଁ ଚାଡିବା ପରେ ବି ଦିଲିପ ନିଜ ଗାଁ ସିନେ୍ଧକେଲାକୁ ଭୂଲି ନାହାନ୍ତି । ତାଙ୍କ ପରିବାର, ବନ୍ଧୁବାନ୍ଧବ ସମସ୍ତଙ୍କ ସହ ସମ୍ପର୍କ ରଖିଛନ୍ତି । ସେ ସମସ୍ତଙ୍କ ବିଷୟରେ ଅନୁସନ୍ଧାନ କରନ୍ତି ବୋଲି ତାଙ୍କର ଘନିଷ୍ଠ ବନ୍ଧୁ ସିତାରାମ ଅଗ୍ରୱାଲ । ୨୦୧୫ରେ ନିଜଗାଁ କୁ ବୁଲିଗଲା ବେଳେ ଅଙ୍ଗ ନଦୀ ଉପରେ ନିର୍ମିତ ଚେକ ଡ୍ୟାମର ଉପକାରିତା ବିଷୟରେ କହିଥିଲେ ।